ଟିଏମସି ବିଧାୟକଙ୍କ ପାଖକୁ ମିଳିଲା ନଗଦ ୧୬ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 12, 2023

ଟିଏମସି ବିଧାୟକଙ୍କ ପାଖକୁ ମିଳିଲା ନଗଦ ୧୬ କୋଟି ଟଙ୍କା

କୋଲକାତା: ପୁଣି ବେଙ୍ଗଲରୁ ମିଳିଛି ପୁଳାପୁଳା ନଗଦ ଟଙ୍କା। ମମତା ବାନାର୍ଜୀଙ୍କ ଟିଏମସିରୁ ବିଧାୟକ ହୋଇଥିବା ଜାକିର ହୁସେନଙ୍କ ଘର ଓ ଫ୍ୟାକ୍ଟ୍ରୀରୁ ଆୟକର ବିଭାଗ ଜବତ କରିଛି ନଗଦ ୧୬ କୋଟି ଟଙ୍କା। ଜାଙ୍ଗିପୁର ବିଧାୟକ ହୁସେନ ବିଡି କମ୍ପାନୀ ମାଲିକ ଭାବେ ପରିଚିତ। ମୁର୍ଶିଦାବାଦର ସୁତିରେ ଆୟକର ବିଭାଗର ଏକାଧିକ ଟିମ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

ଆୟକର ଅଧିକାରୀମାନେ ହୁସେନଙ୍କ ଘରୁ ପ୍ରଥମେ ନଗଦ ୧ କୋଟି ଟଙ୍କା ଠାବ କରିଥିଲେ। ଏହାପରେ ତାଙ୍କ ଚାଉଳ ଓ ମଇଦା ମିଲ୍‌ରୁ ଆଉ ୧୦ କୋଟି ଟଙ୍କା ମିଳିଥିଲା। ସେହିପରି ତାଙ୍କର ୨ ବିଡି ତିଆରି କମ୍ପାନୀରୁ ନଗଦ ୫.୫ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

ବୁଧବାର ଠାରୁ ହିଁ ଆୟକର ବିଭାଗର ୨୪ ଜଣ ଅଧିକାରୀ ହୁସେନଙ୍କ ଘର, କମ୍ପାନୀ ଓ ଫ୍ୟାକ୍ଟ୍ରୀରେ ରେଡ୍‌ ଆରମ୍ଭ କରିଥିଲେ। ଗୁରୁବାର ରାତି ସୁଦ୍ଧା କୋଲକାତା ଓ ମୁର୍ଶିଦାବାଦରେ ଥିବା ତାଙ୍କ ଠିକଣାରୁ ୧୬ କୋଟି ଟଙ୍କା ମିଳିଛି। ଏବେ ବି ରେଡ୍‌ ଜାରି ରହିଥିବାରୁ ଆଗକୁ ଆହୁରି ଟଙ୍କା ଓ ସମ୍ପତ୍ତିର ସୂଚନା ମିଳିବ ବୋଲି କୁହାଯାଉଛି।

ହୁସେନଙ୍କ ନାଁରେ ଥିବା କମ୍ପାନୀ ଓ ଫ୍ୟାକ୍ଟ୍ରୀ ରେକର୍ଡ ନ ରଖି ନଗଦ କାରବାର କରୁଥିଲା। ଟିକସ ଫାଙ୍କିବା ପାଇଁ ଏପରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଆୟକର ବିଭାଗ ରେଡ୍‌ କରିଛି।

ରେଡ୍‌ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜାକିର ହୁସେନ କହିଛନ୍ତି, “ମୁଁ ଅପରାଧୀ କିମ୍ବା ଦେଶଦ୍ରୋହୀ ନୁହେଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗର ମୁଁ ଜଣେ ବିଧାୟକ। ଆୟକର ବିଭାଗ ଆମକୁ ଆଦୌ ସମୟ ଦେଇନାହିଁ। ସେମାନେ ହଠାତ ଧସେଇ ପଶି ରେଡ କରିଛନ୍ତି।

ସେମାନେ ଗ୍ରହଣ କରିଥିବା ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ଗତ ୨୩ ବର୍ଷ ହେଲା ଆମ ଅଞ୍ଚଳରେ ମୁଁ ସର୍ବାଧିକ ପରିମାଣର ଟିକସ ଦେଇ ଆସୁଛି। ଏତେ ବର୍ଷ ହେଲା ଟିକସ ଦେଉଥିବା ସତ୍ତ୍ୱେ ଆୟକର ବିଭାଗ ଏପରି ରେଡ୍‌ କରିବ ବୋଲି ଆଶା ନଥିଲା। ଆମେ ସବୁବେଳେ ତାଙ୍କୁ ସହଯୋଗ କରୁଛୁ ଓ ଆଗକୁ ମଧ୍ୟ କରିବୁ।”

The post ଟିଏମସି ବିଧାୟକଙ୍କ ପାଖକୁ ମିଳିଲା ନଗଦ ୧୬ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/C6rAjU2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages