ଓଡ଼ିଶାରେ ଚାଲିଛି ହକି ମହାକୁମ୍ଭ। ଦେଶ ବିଦେଶର ଖେଳାଳି ଓ ଖେଳ ପ୍ରେମୀ ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ସେଥିପାଇଁ ସାଧବ ବୋହୂଟିଏ ପରି ସଜେଇ ହୋଇଛି ରାଜଧାନୀ। ସେପଟେ ଅତିଥିଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହା ସତ୍ତ୍ୱେ କମିଶନରେଟ୍ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ! କମିଶନରେଟ୍ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଜଣେ ଜାତୀୟ ହକି ତାରକାଙ୍କ ସରକାରୀ କ୍ୱାର୍ଟର୍ସରେ କଳା କଳା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ।
ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ରୁହନ୍ତି ଜାତୀୟ ହକି ତାରକା ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ। ଏବେ ବିଶ୍ୱ କପ୍ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି। ତାଙ୍କ ପରିବାର ଲୋକେ ଗାଁକୁ ପଳାଇ ଯାଇଛନ୍ତି। କ୍ୱାର୍ଟର୍ସରେ କେହି ରହୁନଥିଲେ। ଏହାର ସୁଯୋଗ ନେଇ ଲୁଟେରା ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।
ଦୁର୍ବୃତ୍ତମାନେ କ୍ୱାର୍ଟର୍ସରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମିଶନରେଟ୍ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YbZtT0S
No comments:
Post a Comment