ବ୍ରିଜ ବାଡ଼ା ଭାଙ୍ଗି କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 22, 2023

ବ୍ରିଜ ବାଡ଼ା ଭାଙ୍ଗି କେନାଲକୁ ଖସିଲା ବସ୍‌; ୨ ମୃତ, ୩୦ ଗୁରୁତର

ଢେଙ୍କାନାଳ( ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍‌ ବ୍ରିଜ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାବାଦ ବସ୍‌ରେ ଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ୪୩ ଜଣ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ବୁଲିବା ପାଇଁ ଯାଇଥିଲେ। ଗତ ରାତିରେ ବସ୍‌ଟି ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏକ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ବ୍ରିଜ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ସାଇଟ ବାଡା ଭାଙ୍ଗି କେନାଲକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ହିଁ  କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁଙ୍କ  ମୃତ୍ୟୁ ହୋଇଛି।  

ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା।

ତୁରନ୍ତ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୫ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସର ତଦନ୍ତ ଜାରି ରଖିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/erakyT1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages