ଲସ୍ ଏଞ୍ଜେଲଏସ୍ :ଲସ୍ ଏଞ୍ଜେଲଏସ୍ରେ ଗୁଳି ଚଳାଇ ଗଣହତ୍ୟା ଭିଆଇଥିବା ଆତତାୟୀଙ୍କ ପରିଚୟ ମିଳିଛି। ଡ୍ୟାନ୍ସ କ୍ଲବରେ ଗୁଳି ଚଳାଇ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୭୨ ବର୍ଷୀୟ ବୃଦ୍ଧ ହୁଉ କାନ୍ ସ୍ରାନ୍। ୧୦ ଜଣଙ୍କୁ ମାରିବା ପରେ ବୃଦ୍ଧ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ କହିଛି। ତାଙ୍କ ମୃତ ଦେହକୁ ଏକ ଭ୍ୟାନ୍ରୁ ଜବତ କରାଯାଇଛି।
ଗତକାଲି ୭୨ ବର୍ଷୀୟ ବୃଦ୍ଧ ଜଣକ କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସ୍ରେ ମଣ୍ଟେରୀ ପାର୍କରେ ଚନ୍ଦ୍ର ଗଣନା ଅନୁଯାୟ ଚାଇନିଜ୍ ପକ୍ଷରୁ ନୂଆ ବର୍ଷ ପାଳନ କରାଯାଉଥିବା ବେଳେ ସେ ଆଖିବୁଜା ଗୁଳି ଚାଳନା କରିଥିଲେ। ୧୦ଜଣଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧଜଣକ ଭ୍ୟାନ୍ ଭିତରେ ଗୁଳିବିଦ୍ଧ ହୋଇ ଆତ୍ମହତ୍ୟା କରିଥିବା କଥା ରବିବାର ଦିନ ଲସ୍ ଏଞ୍ଜେଲେସ୍ ପୁଲିସ କହିଛି।
ଲସ୍ ଏଞ୍ଜେଲେସ୍ କାଉଣ୍ଟି ସେରିଫ୍ ରବର୍ଟ ଲୁନା କହିଛନ୍ତି, ଖୋଜା ଚାଲିଥିବା ଗୋଟାଏ ଭ୍ୟାନ୍କୁ ଟ୍ରାକ୍ କରି ପୁଲିସ୍ ପାଖରେ ପହଞ୍ଚିବା ପରେ ତା’ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ଲୁନା ଆହୁରି ମଧ୍ୟ କହିଛନ୍ତି, ସନ୍ଦିଗ୍ଧ ନିଜକୁ ଗୁଳିମାରିଥିବା ତାଙ୍କ ଦେହରେ ହୋଇଥିବା କ୍ଷତରୁ ଜଣାପଡ଼ିଛି। ଘଟଣାସ୍ଥଳରେ ହିଁ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏହି ଗୁଳିକାଣ୍ଡରେ ଅନ୍ୟ କେହି ସମ୍ପୃକ୍ତ ଥିବା ସ୍ପଷ୍ଯ ଜଣାପଡ଼ି ନାହିଁ। ତେବେ ଏହି ଗୁଳିକାଣ୍ଡର ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ି ନାହିଁ। ଘଟଣାର ତଦନ୍ତ ଚାଲିଛି। ବୃଦ୍ଧ ଜଣକ କ୍ଲବରେ ଗୁଳିକାଣ୍ଡ ଭିଆଇବା ପରେ ଘଟଣାସ୍ଥଳକରୁ ଖସିଯାଇଥିଲେ। ୨୦୨୨ରେ ସାରା ଆମେରିକାରେ ୪୪,୦୦୦ ଳୋକେ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YTu0hsj
No comments:
Post a Comment