ଯାଜପୁର(ଜନ୍ମେଞ୍ଜୟ ଦାସ): ଦିନ ରାତି ମା’କୁ ଝୁରି ହେଉଛି ୩ ବର୍ଷର କଅଁଳ ଶିଶୁ। ମା’ ବିନା ନା ଖାଉଛି ନା ଶୋଉଛି। ମା’ ଶୀଘ୍ର ଫେରିଆ ବୋଲି କହି ଦିନରାତି ଆଖିରୁ ଲୁହ ଗଡ଼ାଉଛି ୩ ବର୍ଷର ଶିଶୁ । ପିଲାଟିର ଲୁହ ପୋଛିବାକୁ ପାଖରେ ମା ’ ନ ଥିବା ବେଳେ ଏହା ଦେଖି ଅନ୍ୟମାନେ ନିଜ କୋହ ସମ୍ଭାଳି ପାରୁ ନାହାନ୍ତି। । କାରଣ ଅନ୍ୟ ପୁରୁଷ ପ୍ରେମରେ ପଡ଼ିଥିବା ମା’ ନିଜ ଜନ୍ମ କଲା ଛୁଆକୁ ପର କରି ଦେଇଛି। ୯ ଦିନ ହେଲାଣି କଅଁଳ ଛୁଆକୁ ଛାଡ଼ି ମା’ ଫେରାର ହୋଇ ଯାଇଥିବା ବେଳେ ମା’କୁ ବାହୁନି ବାହୁନି କଣ୍ଟା ହେଲାଣି ପୁଅ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଖଣ୍ଡରା ଗ୍ରାମରେ।
ଖଣ୍ଡରା ଗ୍ରାମର ଶ୍ୟାମ ମୁଣ୍ଡାଙ୍କ ପରିବାର କହିଲେ ପତ୍ନୀ ରଜନୀ ଓ ୩ ବର୍ଷର ଶିଶୁପୁତ୍ର। ଶିକ୍ଷକତା କରୁଥିବା ଶ୍ୟାମ ମୁଣ୍ଡା ୨୦୧୭ ମସିହାରେ ରଜନୀଙ୍କୁ ପ୍ରେମ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନ ହସଖୁସିରେ ଚାଲିଥିବା ବେଳେ ୩ ବର୍ଷ ତଳେ କୋଳକୁ ଏକ ପୁଅ ଆସିଥିଲା। ତାକୁ ନେଇ ଉଭୟ ବାପାମା’ ଅସୁମାରୀ ସ୍ୱପ୍ନ ଦେଖୁଥିବା ବେଳେ ଗେଲ ବସରରେ ବଢ଼ାଉଥିଲେ। ହେଲେ କିଛି ଦିନ ହେବ ଶ୍ୟାମଙ୍କ ସୁନା ସଂସାରରେ ଯେପରି କାହାରି ନଜର ଲାଗି ଯାଇଛି।
ରଜନୀଙ୍କର ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଛାରଖାର ହୋଇଯାଇଛି ଶ୍ୟାମଙ୍କ ସଂସାର। ରଜନୀ ପରକିୟା ପ୍ରୀତିରେ ଲିପ୍ତ ରହିଥିବା ଜଣାପଡ଼ିବା ପରେ ସାଂସାରିକ ଜୀବନରେ ଉଠିଲା ଝଡ଼ । ହେଲେ ଏହାକୁ ଖାତିର ନ କରି ଗତ ୯ ଦିନ ହେବ ସେ ନେଇଛନ୍ତି ଚରମ ପଦକ୍ଷେପ । ସ୍ୱାମୀ ନ ଥିବା ବେଳେ ନିଜ ଜନ୍ମ କଲା ଛୁଆକୁ ପର କରି ପ୍ରେମିକ ସହ ଚାଲି ଯାଇଛନ୍ତି ରଜନୀ।
ଏନେଇ ଶ୍ୟାମ କଳିଙ୍ଗନଗର ଥାନାରେ ଏତଲା ଦେଇଥିବା ବେଳେ ଏ ଯାଏ କିନ୍ତୁ ପତ୍ନୀଙ୍କ ପତ୍ତା ପାଇ ପାରି ନାହାନ୍ତି। ଏବେ ଶିଶୁଟି ତା ମା’ କୁ ଖୋଜି ଖୋଜି ଖାଇବା ପିଇବା ଛାଡ଼ି ଦେଇଛି। ଦିନ ରାତି ମା’ ମା’ ହୋଇ କାନ୍ଦୁଛି ପୁଅ। ମା’ କୋଳକୁ ଝୁରି ହେଉଛି ପିଲାଟି।
ଫଳରେ ଶ୍ୟାମ ଛୁଆକୁ ଛାଡ଼ି କୁଆଡ଼େ ଯାଇ ପାରୁ ନାହାନ୍ତି। ଛୁଆକୁ ଯେତେ ଭୁଲାଇବାକୁ ଚେଷ୍ଟା କଲେବି ଛୁଆଟି ମା’କୁ ଭୁଲି ପାରୁନି। ବସିବା, ଖାଇବା, ଶୋଇବା ବେଳେ ମା’କୁ ଖୋଜୁଛି।
ପୁଅକୁ କୋଳରେ ଧରି ତା ଭବିଷ୍ୟତ କଥା ଭାବୁଥିବା ଶ୍ୟାମ ପତ୍ନୀଙ୍କୁ ଫେରି ଆସିବାକୁ ଗୁହାରୀ କରିଛନ୍ତି। ଛୁଆ ଟିକେ ବଡ଼ ହୋଇଗଲେ ପତ୍ନୀ ନିଜ ଇଚ୍ଛାରେ ଗଲେ ବି ତାଙ୍କର କୌଣସି ଆପତ୍ତ ରହିବ ନାହିଁ ବୋଲି କହିଛନ୍ତି ଶ୍ୟାମ ।
The post ପ୍ରେମିକ ସହ ଛୁ ମହିଳା, ବାହୁନି ହେଉଛି ପୁଅ appeared first on Odisha Reporter.
from Odisha Reporter https://ift.tt/bcDk8CK
No comments:
Post a Comment