ଗମାଙ୍ଗ ବାପାପୁଅଙ୍କୁ କେସିଆରଙ୍କ ଅଫର- ଓଡ଼ିଶାରେ BRS ମଙ୍ଗ ଧର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 14, 2023

ଗମାଙ୍ଗ ବାପାପୁଅଙ୍କୁ କେସିଆରଙ୍କ ଅଫର- ଓଡ଼ିଶାରେ BRS ମଙ୍ଗ ଧର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନଜର ଏବେ ଓଡ଼ିଶା ଉପରେ। ଓଡ଼ିଶାରେ ନିଜ ଦଳର କାୟା ବିସ୍ତାର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି ଚନ୍ଦ୍ରଶେଖର । ଆଉ ୨୦୨୪ ନିର୍ବାଚନ ପାଇଁ ଦଳର ମଙ୍ଗ ଧରିବାକୁ ଗମାଙ୍ଗ ବାପପୁଅଙ୍କୁ ଦେଇଛନ୍ତି ଅଫର।

ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ହାଇଦ୍ରାବାଦରେ ଭେଟିଥିଲେ। ଏହି ଅବସରରେ କେସିଆର୍‌ ସେମାନଙ୍କୁ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ ସାମିଲ ହେବାକୁ ଅଫର ଦେଇଥିଲେ।

ଉଭୟ ଗମାଙ୍ଗ ବାପପୁଅ ଏବେ ବିଜେପିରେ ଥିଲେ ବି ସେମାନଙ୍କୁ କୋଣଠେସା କରି ରଖାଯାଇଥିବା କୁହାଯାଉଛି। ଦଳରେ ସେମାନେ ଏକ ପ୍ରକାର ପ୍ରଭାବଶୂନ୍ୟ ହୋଇ ରହିଥିବା ବେଳେ ସେମାନଙ୍କୁ ସେପରି କୌଣସି ଦାୟିତ୍ୱ ମିଳୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ନିଜ ପାଇଁ ବିକଳ୍ପ ଖୋଜୁଥିବା ଗମାଙ୍ଗ ବାପପୁଅଙ୍କ ଆଗରେ  କେ. ଚନ୍ଦ୍ରଶେଖର ରାଓ ଏପରି ଅଫର ରଖିଥିବା ଆଲୋଚନା ହେଉଛି।

ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ କହିଛନ୍ତି, କେ. ଚନ୍ଦ୍ରଶେଖର ରାଓ ବାପାଙ୍କର ପୁରୁଣା ସାଙ୍ଗ। ଗତକାଲି ଆମକୁ ଡାକିଥିଲେ । ସେଠାରେ ସେ ଆମ ସହ ନିଜ ଦଳର ଲକ୍ଷ୍ୟ ଓ ଏହାର ସଂପ୍ରସାରଣ ସମ୍ପର୍କରେ ଆଲୋଚନା କରିଥିଲେ। ଦଳର ଓଡ଼ିଶା ଦାୟିତ୍ୱ ନେବାକୁ ସେ ଆମକୁ  ଅଫର ଦେଇଛନ୍ତି। ଓଡ଼ିଶାରେ ବିଆରଏସ୍‌କୁ ଲିଡ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଆମେ କିଛି ନିଷ୍ପତ୍ତି ନେଇନୁ। ଆମେ ଏବେ ବିଜେପିରେ ଅଛୁ।

ସୂଚନାଯୋଗ୍ୟ, ଓଡ଼ିଶାରେ ନିଜ ସ୍ଥିତି ଜାହିର କରିବାକୁ ସ୍ଥିର କରିଥିବା ଚନ୍ଦ୍ରଶେଖର ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ଟାର୍ଗେଟ କରିବେ। କାରଣ ଦକ୍ଷିଣ ଓଡ଼ିଶାରେ ବହୁ ସଂଖ୍ୟାରେ ତେଲଗୁ ଭାଷାଭାଷୀ ଲୋକ ଅଛନ୍ତି। ସେମାନଙ୍କୁ ନିଜ ଭୋଟ ବ୍ୟାଙ୍କ କରିବାକୁ ଚନ୍ଦ୍ରଶେଖର ରାଓ ଗମାଙ୍ଗ ବାପାପୁଅଙ୍କୁ ବାଛିଥିବା ଆଲୋଚନା ହେଉଛି।

 

The post ଗମାଙ୍ଗ ବାପାପୁଅଙ୍କୁ କେସିଆରଙ୍କ ଅଫର- ଓଡ଼ିଶାରେ BRS ମଙ୍ଗ ଧର appeared first on Odisha Reporter.



from Odisha Reporter https://ift.tt/1EStrNB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages