ଆନ୍ଦୋଳନ କରି ଜେଲ୍‌ ଗଲେ ଗର୍ଭବତୀ, ବେଲ୍‌ରେ ବାହାରି ଆଖି ବୁଜିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 12, 2023

ଆନ୍ଦୋଳନ କରି ଜେଲ୍‌ ଗଲେ ଗର୍ଭବତୀ, ବେଲ୍‌ରେ ବାହାରି ଆଖି ବୁଜିଲେ

ରାୟଗଡ଼ା(ମାଉଡି ବାରିକ): ଶ୍ରମିକ ନିଯୁକ୍ତି ଦାବିରେ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ। ଜେଲ୍‌ରେ ୧୫ ଦିନ ରହିବା ପରେ ବେଲ୍‌ରେ ବାହାରିଥିଲେ ଗର୍ଭବତୀ ମହିଳା। ହେଲେ ବେଲ୍‌ରେ ବାହାରିବା ପର ଦିନ ପ୍ରସବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ା ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହାକୁ କେନ୍ଦ୍ର କରି ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ଗତକାଲିଠୁ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହୋଇଛି। ମୃତା ମହିଳାଜଣକ ମୂଳାବତୀ ବାଘ  ବୋଲି ଜଣାଯାଇଛି। ତାଙ୍କ ନବଜାତ ଶିଶୁପୁତ୍ର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଉତ୍କଳ ଆଲୁମିନା କମ୍ପାନୀରେ ନିଯୁକ୍ତି ପାଇବା ନିମନ୍ତେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡରାକଞ୍ଚ ଗାଁର କିଛି ମହିଳା ଶ୍ରମିକ ଦେଢବର୍ଷ ହେବ ଆନ୍ଦୋଳନ କରି ଆସୁଥିଲେ  । ଗତବର୍ଷ ଡିସେମ୍ବର ୨୬ ତାରିଖରେ ଆନ୍ଦୋଳନକାରୀମାନେ ମାଇନ୍ସ ରାସ୍ତା ଅବରୋଧ କରି ପ୍ଲାଣ୍ଟ କର୍ମଚାରୀଙ୍କୁ ଅଟକାଇ ଥିଲେ। ପ୍ଲାଣ୍ଟ ପକ୍ଷରୁ ଏନେଇ ଅଣ୍ଡରାକାଞ୍ଚ ଥାନାରେ ଏତଲା ହୋଇଥିଲା  ।

କମ୍ପାନୀ ସମ୍ମୁଖରେ ଚାପା ଉତ୍ତେଜନା ।

। ପୁଲିସ ୧୩ ମହିଳାଙ୍କୁ ଗିରଫ କରି ରାୟଗଡ଼ା କୋର୍ଟଚାଲାଣ କରିଥିଲା ।  ସେମାନଙ୍କ ମଧ୍ୟରେ ୯ ମାସର  ଗର୍ଭବତୀ ମୂଳାବତୀ ବାଘ ବି ଥିଲେ।  ପୁଲିସ୍‌ର ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ମୂଳାବତୀଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି।

ଗିରଫ ଅନ୍ୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆମେ ଆମ ହକ୍‌ ପାଇଁ ଆନ୍ଦୋଳନ କରୁଥିଲୁ। ପୁଲିସ୍‌ ଆମକୁ ଗାଡ଼ିରେ ଟେକି କରି ନେଲା। ମାରଧର କଲେ। ରାତି ସାରା ଗାଡ଼ିରେ ବୁଲାଇ ବୁଲାଇ ନେଇ ରାତି ଅଧରେ କୋର୍ଟକୁ ନେଲେ । ଜାମିନ ନାମଞ୍ଜୁର ହେବାରୁ ରାୟଗଡ଼ା ଜେଲ୍‌ରେ ଭର୍ତ୍ତି କଲେ। ଗର୍ଭବତୀ ହୋଇଥିବାରୁ ମୋତେ ଛାଡ଼ି ଦିଅ ବୋଲି ମୂଳାବତୀ ଗୁହାରି କରିବା ସତ୍ତ୍ୱେ ପୁଲିସ୍‌ ଶୁଣିଲାନି। ତାକୁ ମେଡିକାଲ ନେଲେନି। ଉପଯୁକ୍ତ ଚିକିତ୍ସା ନ ପାଇ ଶେଷରେ ୧୫ ଦିନ ପରେ  ବେଲ୍‌ରେ ବାହାରି ସେ ଆଖି ବୁଜିଲା ।

ମୃତା ମହିଳାଙ୍କ ପରିବାର ଲୋକେ ।

ମୂଳାବତୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକେ ଗତକାଲିଠୁ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମାଇନ୍ସ ରାସ୍ତାକୁ ବନ୍ଦ କରି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।  କମ୍ପାନୀ ପକ୍ଷରୁ ମୃତା ମହିଳାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯିବା ସହ ତାଙ୍କ ସ୍ୱାମୀଙ୍କୁ ଚାକିରିର ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିବା ଜଣାଯାଇଛି।

The post ଆନ୍ଦୋଳନ କରି ଜେଲ୍‌ ଗଲେ ଗର୍ଭବତୀ, ବେଲ୍‌ରେ ବାହାରି ଆଖି ବୁଜିଲେ appeared first on Odisha Reporter.



from Odisha Reporter https://ift.tt/uUZXYT5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages