ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 7, 2023

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାଲାକୋଟ୍‌ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ସର୍ଚ୍ଚ ଅପରେସନ୍ ବେଳେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଡାଙ୍ଗରିି ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘାଟିରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ସମୟରେ ବାଲାକୋଟ ସୀମାରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଖବର ମିଳିଥିଲା। ଏହାପରେ ଏ ଦୁଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରହିଛି।

ରଜୌରୀର ଡାଙ୍ଗରୀ ଅଞ୍ଚଳରେ ହୋଇଥିବା ଟାର୍ଗେଟ୍ କିଲିଂ ପରେ ଜମ୍ମୁର ସମ୍ଭାଗ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ପାଇଁ ସୀମାରେ ମଧ୍ୟ ବିଏସ୍‌ଏଫ୍ ପ’ରୁ ଅପରେସନ୍ ଶତଲହରୀ ଆରମ୍ଭ ହୋଇଛି। ଦିନ ହେଉ ଅବା ରାତି ବିଏସ୍‌ଏଫ୍ ୨୪ ଘଣ୍ଟିଆ ସୀମା ସୁରକ୍ଷାରେ ଲାଗିଛି। ସେପଟେ ସାମ୍ବା ପ୍ରଶାସନ ତରଫରୁ ସୀମାର ଏକ କିଲୋମିଟର ଯାଏଁ ରାତିରେ କର୍ଫ୍ୟୁ ଲଗାଇ ଦିଆଯାଇଛି।

କଶ୍ମୀର ପୁଲିସ ଦ୍ୱାରା ଜାରି ବୟାନରେ କୁହାଯାଇଛି, ବର୍ଷ ୨୦୨୨ ସୁରକ୍ଷାକର୍ମୀ ପାଇଁ ବଡ ଚେତାବନୀ ଥିଲା ସାଧାରଣ ନାଗରିକଙ୍କ ହତ୍ୟା। ଜମ୍ମୁ ଓ କଶ୍ମୀର ପୁଲିସ ସାଧାରଣ ନାଗରିକଙ୍କ ହତ୍ୟାରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ଗୁଳି କରିଥିବା ଦାବି କରିଛି। ୨୦୨୨ରେ ଘାଟିରେ ବିଭିନ୍ନ ହମ୍‌ଲାରେ ପ୍ରାୟ ୨୯ ନାଗରିକ ପ୍ରାଣ ହରାଇଥିବା କୁହାଯାଇଛି।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ appeared first on Odisha Reporter.



from Odisha Reporter https://ift.tt/qYAxyV1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages