ପୋଷା ବିଲେଇ ପାଇଁ ପାଲଟିଲେ ନୃଶଂସ। ଚୋରି ଓ ହତ୍ୟା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ମାରିଦେଲେ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହଜହାଁପୁରରେ।
ବିଲେଇକୁ ହତ୍ୟା କରିଥିବା ସନ୍ଦେହ କରି ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ମୋହଲ୍ଲା ଅମନ୍ଜାଇରେ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ୩୦ ପୋଷା ପାରାକୁ ମାରି ଦେଇଛନ୍ତି। ବିଷ ମିଶା ଖାଦ୍ୟ ଦେଇ ତାଙ୍କ ପଡ଼ୋଶୀଙ୍କର ୩୦ଟି ପାରାକୁ ମାରିଦେଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ଏହି ମାମଲାରେ ପୁଲିସ ୩ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଥାନା ସଦର ବଜାର ଅଞ୍ଚଳରେ ରହୁଥିବା ୱାରିସ ଅଲି ଜଣେ ପକ୍ଷୀ ପ୍ରେମୀ। ସେ ନିଜ ଘରେ ପ୍ରାୟ ୭୮ଟି ପାରା ପୋଷିଛନ୍ତି। ତେବେ ତାଙ୍କ ପଡୋଶୀ ଆବିଦ୍ ୱାରିସ ତାଙ୍କ ପୋଷା ବିଲେଇକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ୱାରିଶଙ୍କ ୩୦ ପାରାକୁ ବିଷ ଦେଇଥିଲେ। କିନ୍ତୁ ପରେ ତାଙ୍କ ପୋଷା ବିଲେଇଟି ଘରକୁ ଫେରି ଆସିଥିଲା। ପଡ଼ୋଶୀ ଆବିଦଙ୍କ ସନ୍ଦେହ ଓ କ୍ରୋଧ ଯୋଗୁଁ ନିର୍ଦ୍ଦୋଶରେ ପାରାଙ୍କ ଜୀବନ ଯାଇଛି।
ପୁଲିସ କହିବା ଅନୁସାରେ, ଅଳ୍ପ କିଛି ଦିନ ହେବ ଆବିଦଙ୍କ ବିଲେଇ ନିଖୋଜ ଥିଲା। ତାଙ୍କର ସନ୍ଦେହ ହୋଇଥିଲା ଯେ, ପଡ଼ୋଶୀ ଅଲି ବୋଧହୁଏ ତାଙ୍କ ବିଲେଇକୁ ମାରି ଦେଇଛନ୍ତି। ତେଣୁ ସେ ଅଲିଙ୍କ ପାରାଙ୍କୁ ବିଷଗୋଳା ଖାଦ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ସେ ଖାଦ୍ୟ ଖାଇବା ପରେ ୩୦ଟି ପାରାଙ୍କର ମୃତ୍ୟୁ ହେବା ସହିତ ଆଉ କେତେକ ପାରା ଅସୁସ୍ଥ ହୋଇପଡ଼ିଥିଲେ। ବ୍ୟବଚ୍ଛେଦ ପାଇଁ ମୃତ ପାରାମାନଙ୍କୁ ପଠାଯାଇଛି ବୋଲି ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ କୁମାର କହିଛନ୍ତି। ଏହି ଘଟଣାରେ ଆବିଦଙ୍କ ସମେତ ୩ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୁଲିସ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bXWrRlY
No comments:
Post a Comment