ନୂଆଦିଲ୍ଲୀ: ବିଭିନ୍ନ ହାଇକୋର୍ଟର ବିଚାରପତି ଭାବେ ୭ ଜଣ ନ୍ୟାୟିକ ଅଧିକାରୀ ଓ ୨ ଜଣ ଆଇନଜୀବୀଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ କଲେଜିୟମ ଏପରି ସୁପାରିସ କରିଛନ୍ତି। କଲେଜିୟମର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ଏସ୍କେ କୌଲ ଓ ଜଷ୍ଟିସ କେଏମ ଯୋଶେଫ। ସର୍ବସମ୍ମତିକ୍ରମେ କଲେଜିୟମ ଏପରି ସୁପାରିସ କରିଥିବା ସୁପ୍ରିମକୋର୍ଟ ୱେବସାଇଟ୍ରେ ଗୋଟିଏ ସଂକଳ୍ପ ଅପଲୋଡ ହୋଇଛି।
କଲେଜିୟମ ବୈଠକରେ ନ୍ୟାୟିକ ଅଧିକାରୀ ରାମଚନ୍ଦ୍ର ଦତ୍ତାତ୍ରୟ ହୁଡ୍ଡାର ଓ ଭେଙ୍କଟେଶ ନାଏକ ଟିଙ୍କୁ କର୍ଣ୍ଣାଟକା ହାଇକୋର୍ଟର ବିଚାରପତି କରିବାକୁ ସୁପାରିସ କରାଯାଇଛି। ଜାନୁଆରୀ ୧୦ରେ ବସିଥିବା କଲେଜିୟମ ବୈଠକରେ ଆଇନଜୀବୀ ରାମଚନ୍ଦ୍ର ନାଏକଙ୍କୁ କର୍ଣ୍ଣାଟକା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ପୁଣିଥରେ ସରକାରଙ୍କୁ କୁହାଯାଇଛି।
ଏହାବାଦ ଆଇନଜୀବୀ ନୀଲା କେଦାର ଗୋଖଲେଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି, ନ୍ୟାୟିକ ଅଧିକାରୀ ମ୍ରିଦୁଲ କୁମାର କଲିତାଙ୍କୁ ଗୌହାଟୀ ହାଇକୋର୍ଟର ବିଚାରପତି, ନ୍ୟାୟିକ ଅଧିକାରୀ ପି ଭେଙ୍କଟା ଜ୍ୟୋର୍ତିମାଇ ଓ ଭି ଗୋପାଳକୃଷ୍ଣ ରାଓଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି, ନ୍ୟାୟିକ ଅଧିକାରୀ ଅରିବାମ ଗୁଣେଶ୍ୱର ଶର୍ମା ଓ ଗୋଲମେଇ ଜି କାବୁଇଙ୍କୁ ମଣିପୁର ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି।
The post ୭ ନ୍ୟାୟିକ ଅଧିକାରୀ ଓ ୨ ଆଇନଜୀବୀ ହେବେ ବିଚାରପତି! appeared first on Odisha Reporter.
from Odisha Reporter https://ift.tt/mMAjzUy
No comments:
Post a Comment