ନୂଆଦିଲ୍ଲୀ: ବ୍ରାଜିଲ ପରେ ପେରୁରେ ହିଂସା। ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୩ ଜଣ ପ୍ରାଣ ହରାଇଛନ୍ତି। ଲୋକେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ରାଷ୍ଟ୍ରପତି ଦିନା ବେଲୁଆଟୋଙ୍କୁ ହଟାଇବାକୁ ଦାବି କରୁଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଜୁଲିୟାକା ଏୟାରପୋର୍ଟରେ ହୋଇଥିବା କୁହାଯାଉଛି।
ବିକ୍ଷୋଭକାରୀମାନେ ବିମାନବନ୍ଦରକୁ କବ୍ଜା କରିବା ବେଳେ ଏହି ସଂଘର୍ଷ ଘଟିଛି। ଏହି ଘଟଣାରେ ହୋଇଥିବା ମୃତ୍ୟୁ ମାମଲାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତ ୧୩ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି।
ଏଏଫପିର ସୂଚନା ଅନୁଯାୟୀ, ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ଏହି ସଂଘର୍ଷ ଜୁଲିଆକା ସହରର ଦକ୍ଷିଣ-ପୂର୍ବରେ ଥିବା ପୁନୋ ରିଜନରେ ହୋଇଛି। ପ୍ରଦର୍ଶନକାରୀ ଦେଶର ରାଷ୍ଟ୍ରପତି ଦିନା ବୋଲୁଆଟୋଙ୍କୁ ହଟାଇବାକୁ ଦାବି କରୁଥିଲେ।
ସୂଚନାଯୋଗ୍ୟ, ୭ ଡିସେମ୍ବର ୨୦୨୨ରେ ପେରୁର ତତ୍କାଳିନ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲୋଙ୍କୁ ହଟାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ହିଁ ବୋଲୁଆଟୋ ଦେଶର ଗାଦି ସମ୍ଭାଳିଛନ୍ତି।
The post ବ୍ରାଜିଲ ପରେ ପେରୁରେ ହିଂସା, ୧୩ ମୃତ appeared first on Odisha Reporter.
from Odisha Reporter https://ift.tt/SLOtz9s
No comments:
Post a Comment