ଲସ୍ଏଞ୍ଜଲିସ୍: ହଲିଉଡରେ ଭାରତର ଜଲୱା। ହଲିଉଡର ଅନ୍ୟତମ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ହାତେଇଲା ଗତବର୍ଷର ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’। ଏସ୍ଏସ୍ ରାଜାମୌଲୀଙ୍କ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ ମିଳିଛି।
ଜୁନିଆର୍ ଏନ୍ଟିଆର୍ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ଆର୍ଆର୍ଆର୍ ଫିଲ୍ମ ଦୁଇଟି କ୍ୟାଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ନମିନେଟ୍ ହୋଇଥିଲା। ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋସନ ପିକ୍ଚର ପାଇଁ ନମିନେଟ୍ କରାଯାଇଥିଲା।
ଏହି ପୁରସ୍କାର ଗ୍ରହଣ କରିବା ପାଇଁ ନିର୍ଦେଶକ ଏସ୍. ଏସ୍. ରାଜାମୌଲୀ ଏବଂ ଅଭିନେତା ଜୁନିୟର୍ ଏନ୍ଟିଆର୍ ଓ ରାମ ଚରଣ କାଲିଫର୍ଣ୍ଣିଆ ଗସ୍ତ କରିଥିଲେ। ସେଠରେ ଆୟୋଜିତ ‘ଦି ଗୋଲ୍ଡେନ୍ ଗ୍ଲୋବ୍ସ୍ ୨୦୨୩’ ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ରାଜାମୌଲୀ ବିଶ୍ୱବ୍ୟାପୀ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଥିଲେ।
The winner for Best Song – Motion Picture is @mmkeeravaani for their song "Naatu Naatu" featured in @rrrmovie! Congratulations! #GoldenGlobes pic.twitter.com/ePaXzJ1AoL
— Golden Globe Awards (@goldenglobes) January 11, 2023
‘ଆର୍ଆର୍ଆର୍’ ହେଉଛି ‘ଦି ଗୋଲ୍ଡେନ୍ ଗ୍ଲୋବ୍ସ୍’ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଫିଲ୍ମ। ଆର୍ଆର୍ଆର୍ର ନାଟୁ ନାଟୁ ଗୀତ ବର୍ଷ ୨୦୨୨ର ହିଟ୍ ଟ୍ରାକ୍ସ ମଧ୍ୟରୁ ଗୋଟିଏ। ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି।
‘ଆର୍ଆର୍ଆର୍’ ଫିଲ୍ମ ହିନ୍ଦୀ, ତାମିଲ୍, କନ୍ନଡ଼ ଏବଂ ମାଲୟାଲମ୍ ଭାଷାରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର୍ ଏନ୍. ଟି.ଆର୍. ଥିଲେ। ତାଙ୍କ ସହିତ ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।
The post ଇତିହାସ ରଚିଲା ‘ଆର୍ଆର୍ଆର୍’: ଗୋଲ୍ଡେନ୍ ଗ୍ଲୋବ୍ସ ଆୱାର୍ଡ ଜିତିଲା ‘ନାଟୁ ନାଟୁ’ ଗୀତ appeared first on Odisha Reporter.
from Odisha Reporter https://ift.tt/SrI1WlA
No comments:
Post a Comment