କେନ୍ଦ୍ର ସରକାର ‘ଗଡ଼ସେ’ ମୁଭିକୁ ବ୍ୟାନ୍‌ କରିବେ କି , ପ୍ରଶ୍ନ କଲେ ଓୱେସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 22, 2023

କେନ୍ଦ୍ର ସରକାର ‘ଗଡ଼ସେ’ ମୁଭିକୁ ବ୍ୟାନ୍‌ କରିବେ କି , ପ୍ରଶ୍ନ କଲେ ଓୱେସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବିସି (ବ୍ରିଟିସ ବ୍ରଡ୍‌କାଷ୍ଟିଂ କର୍ପୋରେସନ) ପ୍ରସ୍ତୁତ କରିଥିବା ଡକୁମେଣ୍ଟାରିକୁ ନେଇ ତୀବ୍ର ଝଡ଼ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ମାହୋଲକୁ ମଧ୍ୟ ଏହି ପ୍ରସଙ୍ଗ ସରଗରମ କରିଛି। ଏହି ସିନେମାକୁ ସୋଶାଲ ମିଡିଆରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ୨୦୦୨ ଗୋଧ୍ରା ଦଙ୍ଗା ଉପରେ ଆଧାରିତ ଏହି ସିନେମାରେ ମୋଦିଙ୍କ ଛବିକୁ ଖଳନାୟକ ଭୂମିକାରେ ଉପସ୍ଥାପିତ କରାଯାଇଛି। ଏ ସମ୍ପର୍କରେ ଏଆଇଏମଆଏମ ନେତା ଅସାଦୁଦ୍ଦିନ ଓୱେସୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗକୁ ଆସୁଥିବା ଗଡ଼ସେ ମୁଭିକୁ ମୋଦି ସରକାର ନିଷିଦ୍ଧ କରିବେକି ?

ମହାତ୍ମା ଗାନ୍ଧିଙ୍କୁ ଗଡ଼ସେ ହତ୍ୟା କରିଥିଲେ। ବିବିସି ପ୍ରକାଶିତ ଇଣ୍ଟରଭ୍ୟକୁ ବ୍ରଟିସ୍‌ ଲ’ ମାଧ୍ୟମରେ ଉଭୟ ୟୁଟ୍ୟୁବ ଏବଂ ଟ୍ୱିଟରରେ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ଓୱେସୀ କହିଛନ୍ତି ଯେ, ଆମେ ପଚାରିବାକୁ ଚାହୁଁ କେହି ଜଣେ ମହାକାଶ କିମ୍ବା ଅକାଶରୁ ଥାଇ ନୀରିହ ଜନତାଙ୍କୁ ହତ୍ୟା କରିଥିଲେ କି? ବିବିସି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ବ୍ୟାନ କରିବା ପରେ ଓୱେସୀ ପଚାରିଛନ୍ତି ଯେ, ଗଡସେଙ୍କ ଉପରେ ଅଧାରିତ ଫିଲ୍ମ ଉପରେ ବିଜେପି ନେଙ୍କ ମତ କଣ ? ଏବେ ଗଡ଼ସେଙ୍କ ପରେ ଫିଲ୍ମ ତିଆରି ହେଉଛି। ସେ କହିଛନ୍ତି ଯେ, ଦିଲ୍ଲୀରେ ଜି-ଟ୍ୱେଣ୍ଟିକୁ ନେଇ ଏକ ପୋଷ୍ଟର ମରାଯାଇଛି। ସେଥିରେ ଜି-ଟ୍ୱେଣ୍ଟିକୁ ଗଣତନ୍ତ୍ରର ମା ବୋଲି ଦର୍ଶାଯାଇଛି। କିନ୍ତୁ ବିବିସି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ୟୁଟ୍ୟୁବ ଏବଂ ଟ୍ୱିଟରରେ ପ୍ରସାରଣ ପରେ ରୋକ ଲଗାଇବା କେଉଁ ପ୍ରକାର ଗଣତନ୍ତ୍ରର ଅର୍ଥକୁ ଦର୍ଶାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପିର ଅଭିଯୋଗ ଅନୁଯାୟୀ, ଏହି ଡକୁମେଣ୍ଟାରିରେ ଭାରତର ସାର୍ବଭୌମତା ଓ ଅଖଣ୍ଡତାକୁ ହେୟଜ୍ଞାନ କରାଯାଇଛି ଏବଂ ଏଥିରେ ଯେଉଁସବୁ ଉପାଦାନ ଅଛି ତାହା କେତେକ ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତାପୂର୍ଣ୍ଣ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି କରିପାରେ। ଇତିମଧ୍ୟରେ ଅନେକ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଉଚ୍ଚ ଅଧିକାରୀ ଏବଂ ଅବସରପ୍ରାପ୍ତ ସେନା ଅଧିକାରୀ ଶନିବାର ସମୂହ ଦସ୍ତଖତରେ ଏକ ବିବୃତି ଜାରି କରିଛନ୍ତି, ଯେଉଁଥିରେ ବିବିସି ଡକୁମେଣ୍ଟାରିକୁ ସେମାନେ ବ୍ରିଟିସ ରାଜଶାସନର ପୁନରୁତ୍ଥାନର ଭ୍ରାନ୍ତି(ଡିଲ୍ୟୁଜନ୍‌ସ ଅଫ୍ ବ୍ରିଟିସ ଇମ୍ପେରିଆଲ ରିସରେକ୍ସନ) ବୋଲି କହିଛନ୍ତି।

ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ସରକାରୀ ଅଧିକାରୀ, ବିଚାରପତି ଓ ଅବସରପ୍ରାପ୍ତ ସେନା ଅଧିକାରୀ ଏଥିରେ ସ୍ୱାକ୍ଷର କରିଛନ୍ତି। ୭୫ ବର୍ଷ ହେଲା ସ୍ୱାଧୀନ ହୋଇଥିବା ଭାରତ ଏବେ ବି ବ୍ରିଟିସ ଶାସନାଧୀନ ମନେକରି ସେମାନେ ଏପରି ଡକୁମେଣ୍ଟାରି ପ୍ରସ୍ତୁତ କରିଛନ୍ତି ବୋଲି ଉକ୍ତ ବିବୃତିରେ ଅଭିଯୋଗ କରାଯାଇଛି। ସେମାନେ କହିଛନ୍ତି, ବିବିସି ଦ‌ାବି କରୁଛି ସେମାନଙ୍କର ଏହି ସିରିଜ ଉଚ୍ଚ ଗବେଷଣାର ଫଳ ଏବଂ ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଉତ୍ତେଜନା ଏଥିରେ ପ୍ରଦର୍ଶିତ ହୋଇଛି। ତେବେ ଭାରତରେ ଏବେ ଯେଉଁ ହିନ୍ଦୁ-ମୁସଲମାନ ବିବାଦ ପରିଲକ୍ଷିତ ହେଉଛି ତାହା ଇଂରେଜମାନଙ୍କର ‘ଡିଭାଇଡ୍ ଆଣ୍ଡ୍‌ ରୁଲ୍‌’ ନୀତିରୁ ସୃଷ୍ଟି ବୋଲି ବିବୃତିରେ କୁହାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eWP2kIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages