ଫ୍ୟାନ୍ସ ପଚାରିଲେ- ‘ପଠାନ’ ପାଇଁ କେତେ ଫିସ୍‌ ନେଇଛ, ଉତ୍ତର ଦେଲେ କିଙ୍ଗ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 12, 2023

ଫ୍ୟାନ୍ସ ପଚାରିଲେ- ‘ପଠାନ’ ପାଇଁ କେତେ ଫିସ୍‌ ନେଇଛ, ଉତ୍ତର ଦେଲେ କିଙ୍ଗ ଖାନ୍‌

ମୁମ୍ବାଇ: ପାଖେଇ ଆସୁଛି ‘ପଠାନ’ ଫିଲ୍ମର ରିଲିଜ ଡେଟ୍‌। ଦୀପିକାଙ୍କ ସହ ଭରପୁର ରୋମାନ୍ସ ସହ ଏହି ଫିଲ୍ମରେ ଦେଖିବାକୁ ମିଳିବ କିଙ୍ଗ ଖାନଙ୍କ ଜବରଦସ୍ତ ଆକ୍ସନ । ହେଲେ  ‘ବେଶରମ ରଙ୍ଗ’ ଗୀତକୁ ନେଇ ଅଡ଼ୁଆରେ ଫସିଥିବା ଏହି ଫିଲ୍ମକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି ବଲିଉଡର ବାଦଶାହ। ୪ ବର୍ଷ ପରେ ବଡ଼ ପରଦାକୁ ଆସିଥିବା କିଙ୍ଗ ଖାନ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରହିବାକୁ ଆରମ୍ଭ କରିଛନ୍ତି ଟ୍ୱିଟର ସେସନ #asksrk । ଏହି ସେସନ୍‌ରେ ଗତକାଲି ଲାଇଭ ଆସୁଥିବା ଶାହାରୁଖଙ୍କୁ ଫ୍ୟାନ୍ସମାନେ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ଶାହରୁଖ ବି ଦେଇଛନ୍ତି ମନଖୋଲା ଜବାବ ।

କିଏ ଶାହାରୁଖଙ୍କୁ ‘ପଠାନ’ ସମ୍ପର୍କୀତ ପ୍ରଶ୍ନ ପଚାରିଲା ତ କିଏ ଆଗାମୀ ଫିଲ୍ମ ବିଷୟରେ ପଚାରିଲା। ଶାହାରୁଖ ବି ମଜାଳିଆ ଢଙ୍ଗରେ ସବୁ ପ୍ରଶ୍ନର ଉତ୍ତର ରଖିଲେ । କାରଣ ଶାହାରୁଖଙ୍କ ସେନ୍ସ ଅଫ୍‌ ହ୍ୟୁମରର ସମସ୍ତେ ଦିୱାନା ।

‘ପଠାନ’ ଫିଲ୍ମ ପାଇଁ କେତେ ଫିସ୍‌ ନେଇଛ ବୋଲି ଜଣେ ଫ୍ୟାନ୍ସ କିଙ୍ଗ ଖାନଙ୍କୁ ପଚାରିଲେ। ଏହାର ଉତ୍ତରରେ ଶାହାରୁଖ କହିଲେ, ତୁମ ଆଗାମୀ ଫିଲ୍ମରେ ମୋତେ ନେବକି ? ଏହାବାଦ ରିଲିଜ ପୂର୍ବରୁ କେଉଁମାନେ ‘ପଠାନ’ ଦେଖି ସାରିଲେଣି ବୋଲି ଜଣେ ଫ୍ୟାନ୍‌ ପଚାରିଥିଲେ। ଫିଲ୍ମର ଟେକନିକାଲ ଷ୍ଟାଫ୍‌ଙ୍କ ବ୍ୟତୀତ ଏହାକୁ ଆଉ କେହି ଦେଖି ନ ଥିବା ଉତ୍ତର ରଖିଲେ ଶାହାରୁଖ ।

ଏହି ଫିଲ୍ମକୁ ନେଇ ଆପଣଙ୍କ ପିଲାଙ୍କ ରିଆକ୍ସନ କ’ଣ ବୋଲି ଜଣେ ପଚାରିବାରୁ ପୁଅ ଅପରାମକୁ ମୋର ଜେଟ୍‌ ପ୍ୟାକ୍‌ ସିକ୍ୟୁଏନ୍ସ ଖୁବ୍‌ ଭଲ ଲାଗିଲା ବୋଲି କହିଲେ ଶାହରୁଖ ।

ଜଣେ ଫ୍ୟାନ୍‌ ପଚାରିଲେ, ସାର୍‌ ଏକ ଗୋଦାମରେ ହେଲିକପ୍ଟର ଚଲାଇବାର ଅନୁଭୂତି କିପରି? ଏହାର ଉତ୍ତରରେ ଶାହାରୁଖ କହିଲେ, ଭାବୁଛି ମୋ’ ଘରେ ବି ଏବେ ହେଲିକପ୍ଟରରେ ଏଣ୍ଟ୍ରି କରିବି।

‘ପଠାନ’ ଫିଲ୍ମରେ ଶାହାରୁଖଙ୍କ ସିକ୍ସ ପ୍ୟାକ୍‌ ଦେଖିବାକୁ ମିଳିଥିବା ବେଳେ ଏପରି ବଡ଼ି ପାଇଁ କେତେ ଦିନ ଲାଗିଲା ବୋଲି ଜଣେ ଫ୍ୟାନ ପଚାରିଥିଲେ। ଏଥିପାଇଁ ପ୍ରାୟ ୬ ମାସ ଲାଗିଲା ବୋଲି କହିଲେ ଶାହରୁଖ ।

ଏହାପରେ ଟ୍ୱିଟର ସେସନ ଶେଷ ସମୟରେ ମୁଁ ଏବେ ଲାଗୋରି ଖେଳିବାକୁ ଯାଉଛି, ଖୁବ୍‌ ଶୀଘ୍ର ସିନେମା ହଲରେ ଦେଖା ହେବ ବୋଲି କହି ବିଦାୟ ନେଇଥିଲେ ଶାହରୁଖ ।

ଗତ ମଙ୍ଗଳବାର ‘ପଠାନ’ ର ଟ୍ରେଲର ରିଲିଜ ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଏହା ବଡ଼ ପରଦାକୁ ଆସିବ । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସିଦ୍ଧାର୍ଥ ଆନନ୍ଦ। ଶାହାରୁଖଙ୍କ ବ୍ୟତୀତ ଏଥିରେ ଦୀପିକା ପାଦୁକୋନ, ଜବ ଆବ୍ରାହମଙ୍କୁ ବି ଦେଖିବାକୁ ମିଳିବ ।

The post ଫ୍ୟାନ୍ସ ପଚାରିଲେ- ‘ପଠାନ’ ପାଇଁ କେତେ ଫିସ୍‌ ନେଇଛ, ଉତ୍ତର ଦେଲେ କିଙ୍ଗ ଖାନ୍‌ appeared first on Odisha Reporter.



from Odisha Reporter https://ift.tt/VtS7AlB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages