ବର୍ବର କାଣ୍ଡ: ରାଜସ୍ଥାନରୁ ଅପହରଣ କରି ମାରିଦେଲେ, ହରିୟାଣାରେ ବୋଲେରୋ ସହ ଜାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 16, 2023

ବର୍ବର କାଣ୍ଡ: ରାଜସ୍ଥାନରୁ ଅପହରଣ କରି ମାରିଦେଲେ, ହରିୟାଣାରେ ବୋଲେରୋ ସହ ଜାଳି ଦେଲେ

ହରିୟାଣାର ଭିବାନୀରେ ଘଟିଛି ଏକ ବର୍ବର କାଣ୍ଡ। ରାଜସ୍ଥାନରୁ ଅପହରଣ କରି ହତ୍ୟା ପରେ ହରିୟାଣାରେ ଏକ ବୋଲେରୋ ସହ ୨ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ। ଗୋ-ଚାଲାଣକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି।

ଯୁବକଦ୍ୱୟ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ କେବଳ ସେମାନଙ୍କ କଙ୍କାଳ ଗାଡ଼ି ସିଟ୍‌ରେ ପଡ଼ି ରହିଛି। ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ମୃତକଦ୍ୱୟଙ୍କ ପରିଚୟ ମିଳିଛି। ସେମାନେ ହେଲେ ଘାଟମିକା ଥାନା ପହାଡ଼ି ଭରତପୁର ଅଞ୍ଚଳର ନାସିର ଓ ଜୁନୈଦ ।

ଏହି ଘଟଣା ଭୀବାନୀର ବରବାସ ଗାଁରେ ଘଟିଛି। ବୋଲେରୋଟି ରାଜସ୍ଥାନର ଭରତପୁରର ବୋଲି ଜଣାପଡ଼ିଛି। ସ୍ଥାନୀୟ ପୁଲିସ୍‌ ଓ ଭରତପୁର ପୁଲିସ୍‌ ସହ ଫରେନସିକ୍‌ ଟିମ୍ ବି ଏହି ମାମଲାର ଯାଞ୍ଚ କରୁଛନ୍ତି।

ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ନାସିର ଓ ଜୁନୈଦ କିଛି କାମରେ ହରିୟାଣାର ଫିରୋଜପୁର ଯାଇଥିଲେ। ସେମାନଙ୍କୁ ସେଠାରୁ ଜୋରଜବରଦସ୍ତ ଅପହରଣ କରାଯାଇ ଏକ ଜଙ୍ଗଲରେ ହତ୍ୟା କରାଯାଇଥିଲା। ଏହାପରେ ଏକ ବୋଲେରୋରେ ମୃତଦେହକୁ ଭରତପୁରରୁ ୨ଶହ କିମି ନେବା ପରେ ଭିବାନୀର ବାରବାସ ଗାଁ ପାଖରେ ଜାଳି ଦେଇଥିଲେ ଦୁର୍ବୃତ୍ତ ।

ଗୁରଗ୍ରାମ ବଜରଙ୍ଗ ଦଳର ୫ କର୍ମୀଙ୍କ ଉପରେ ଏହି ଯୁବକଙ୍କୁ ହତ୍ୟା କରିବା ସହ  ଜାଳିଥିବା ଆରୋପ ଲାଗିଛି। ରାଜସ୍ଥାନ ପୁଲିସ୍‌ ୫ ଜଣଙ୍କ ବିରୋଧରେ ଅପହରଣ ଓ ହତ୍ୟା ମାମଲା ରୁଜୁ କରିଛି।

ଭରତପୁରର ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଜଳିଯାଇଥିବା ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ହିଁ ୨ ଦିନ ତଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ମୃତକ ୨ ଜଣଙ୍କ ମଧ୍ୟରୁ ନାସିରଙ୍କର କୌଣସି ଅପରାଧିକ ରେକର୍ଡ ନ ଥିବା ବେଳେ ଜୁନାଦଙ୍କ ବିରୋଧରେ ପୂର୍ବରୁ ଗୋ-ଚାଲାଣର ୫ଟି ମାମଲାର ରୁଜୁ ହୋଇଛି।

ଏହି ଘଟଣା ବୁଧବାର ସକାଳ ପ୍ରାୟ ୫ଟାରେ ହୋଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଛି।

ଏଆଇଏମଆଇଏମ  ଅଧ୍ୟକ୍ଷ ଅସଦୁଦ୍ଦିନ ଔବେସୀ ଟ୍ୱିଟ କରି  ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୁଲିସ୍‌ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ୨ ଯୁବକଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ତେଣୁ ୨ ମୃତକଙ୍କ ପରିବାରକୁ ନ୍ୟାୟ ଦରକାର।  



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/satvwc5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages