ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଜେଟ ଭାଷଣ ପଢ଼ୁଥିବା ବେଳେ ବିଜେପି ହୋହଲ୍ଲା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁରୁଣା ବଜେଟ ଭାଷଣ ପଢ଼ୁଥିବା ଅଭିଯୋଗ କରି ଗୃହରେ ହଙ୍ଗାମା କରିଥିଲା ବିଜେପି। ଯେତେବେଳେ ଗେହଲଟ୍ ପୁରୁଣା ଯୋଜନା ଏବଂ ସହରୀ ବିକାଶ ଯୋଜନା ବିଷୟରେ ଉଲ୍ଲେଖ କରିବା ଆରମ୍ଭ କଲେ ସଙ୍ଗେ ସଙ୍ଗେ ବିଜେପି ବିରୋଧ କରିବା ଆରମ୍ଭ କରିଥିଲା। ଏହି ସମୟରେ କଂଗ୍ରେସ ନେତା ମହେଶ ଯୋଶୀ ଗେହଲଟଙ୍କୁ ଅଟକାଇ ଅବଗତ କରିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଥିଲେ। ଅନ୍ୟପଟେ ବିରୋଧୀ ବିଜେପି ସଦସ୍ୟମାନେ ହୋହଲ୍ଲା କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ବଜେଟ୍ ଲିକ୍ ହୋଇଛି କି ନାହିଁ ବୋଲି ବିଜେପି ନେତା ଗୁଲାବ ଚାନ୍ଦ କାଟାରିଆ ପ୍ରଶ୍ନ କରିଛନ୍ତି। ସେ ପଚାରିଥିଲେ, ଏହି ବଜେଟ୍ ଉପସ୍ଥାପିତ ହୋଇପାରିବ ନାହିଁ। ଏହା ଲିକ୍ ହୋଇଛି କି? ବିଜେପି ନେତ୍ରୀ ତଥା ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ଭୁଲ ପାଇଁ ଗେହଲଟଙ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ମୁଁ ବଜେଟ ଉପସ୍ଥାପନ କରିବା ପୂର୍ବରୁ ବାରମ୍ବାର ଯାଞ୍ଚ କରି ପଢ଼େ। ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ, ଜଣେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଜ୍ୟ କେତେ ସୁରକ୍ଷିତ? ଏହା ଏକ ପୁରୁଣା ବଜେଟ।
ତେବେ ଗେହଲଟ୍ ବଜେଟ ଲିକ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଭୁଲରେ ତାଙ୍କ ବଜେଟ୍ କପିରେ ଏକ ପୃଷ୍ଠା ଯୋଡ଼ି ହୋଇଥିବା ସେ କହିଥିଲେ। ଗୃହରେ ତାତି ଯୋଗୁ ବିଧାନସଭାର ପ୍ରକ୍ରିୟା ୩୦ ମିନିଟ ପାଇଁ ସ୍ଥଗିତ ରଖାଯାଇଥିଲା। ବିଧାନସଭା ବାଚସ୍ପତି ସିପି ଜୋଶୀ ଏହି ଭୁଲ ପାଇଁ କ୍ଷମା ମାଗି, କହିଛନ୍ତି ଯେ, ଏହି ଘଟଣା ଏକ ଭୁଲ ଇତିହାସ ସୃଷ୍ଟି କରିଛି। ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀଙ୍କ ଦାବି ଅନୁଯାୟୀ ବିଧାନସଭା ପ୍ରକ୍ରିୟାରୁ କିଛି ବିଲୋପ କରାଯିବ ନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/XEqtDPS
No comments:
Post a Comment