ଭାରତୀୟ ମହାକାଶ ଗବେଷଣା ଇତିହାସରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇଶ୍ରୋ) ପକ୍ଷରୁ ଶୁକ୍ରବାର ସଫଳତାର ସହ ଏକ ନୂତନ ଉପଗ୍ରହକୁ ଉତକ୍ଷେପଣ କରାଯାଇଛି। ଶୁକ୍ରବାର ନୂତନ ରକେଟ SSLV-D2-କୁ ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। SSLV-D2
ତିନୋଟି ଉପଗ୍ରହ ସହିତ ମହାକାଶକୁ ଉଡ଼ିଛି। ଇଶ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ ଭାରତୀୟ ମହାକାଶ ସଂସ୍ଥା ବର୍ଷ ପାଇଁ ବଡ ଯୋଜନା କରିଛି ଯେଉଁଥିରେ ଲଞ୍ଚ ପ୍ୟାଡରେ ଅନେକ ବଡ ମିଶନ ପ୍ରସ୍ତୁତ ଅଛି। ଏସ୍ଏସ୍ଏଲ୍ଭି ଉତକ୍ଷେପଣ ପଛରେ ଥିବା ଟିମକୁ ସେ ଅଭିନନ୍ଦନ ଜଣାଇଛନ୍ତି। ଆମେରିକାର କମ୍ପାନୀ ଆଣ୍ଟାରିସ ଉପଗ୍ରହ ଜାନୁସ -୧, ଚେନ୍ନାଇ ଭିତ୍ତିକ ସ୍ପେସ ଷ୍ଟାର୍ଟଅପ ସ୍ପେସ କିଡ୍ସର ଉପଗ୍ରହ ଆଜାଦିସାଟ-୨ ଏବଂ ଇସ୍ରୋର ଉପଗ୍ରହ ଇଓଏସ୍-୦୭ ସାମିଲ ଅଛି। ଏହି ତିନୋଟି ଉପଗ୍ରହ ୪୫୦ କିଲୋମିଟର ଦୂରରେ ଥିବା ସର୍କୁଲାର କକ୍ଷପଥରେ ଅବସ୍ଥାପିତ ହେବ।
ଇସ୍ରୋ ଅନୁଯାୟୀ, ଏସ୍ଏସ୍ଏଲ୍ଭି ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହକୁ ନିମ୍ନ କକ୍ଷପଥରେ ଉତକ୍ଷେପଣ ପାଇଁ ବ୍ୟବହୃତ ହୁଏ। ୩୪ ମିଟର ଉଚ୍ଚ ଏସ୍ଏସ୍ଏଲ୍ଭିର ରକେଟର ବ୍ୟାସ ୨ ମିଟର। ଏହି ରକେଟ ସମୁଦାୟ ୧୨୦ ଟନ ଭାର ସହିତ ଉଡିପାରେ। ଚାହିଦା ଅନୁଯାୟୀ ରକେଟ ଆଧାରରେ ଏହା ଅର୍ଥନୈତିକ ମୂଲ୍ୟରେ ଉପଗ୍ରହ ଉତକ୍ଷେପଣର ସୁବିଧା ଯୋଗାଇଥାଏ। ଏହି ରକେଟର ପ୍ରଥମ ଉତକ୍ଷେପଣ ଗତ ବର୍ଷ ଅଗଷ୍ଟରେ ବିଫଳ ହୋଇଥିଲା। ୨୦୨୩ ପାଇଁ ଆହୁରି ବଡ଼ଯୋଜନା କରିଛି। ଏ ବର୍ଷ ଆହୁରି ୩୬ଟି ଇଣ୍ଟରନେଟ୍ ଉପଗ୍ରହ ଉତକ୍ଷେପଣ କରିବାକୁ ଇଶ୍ରୋ ପ୍ରସ୍ତତ ହେଉଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/cQzrT7g
No comments:
Post a Comment