ମେଷ: ଆଜିର ଦିନ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ ଏବଂ ଶାରୀରିକ, ମାନସିକ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଧୈର୍ଯ୍ୟ, ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ।
ବୃଷ : କମ୍ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। ପରିବାରରେ ସୁଖଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ। ଆକସ୍ମିକ ଧନଲାଭ ହେବ। କୋର୍ଟ-କଚେରୀର ବିଚାରଧୀନ ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ।
ମିଥୁନ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ମିଳିବ । ନୂତନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ଭେଟ ହେବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।
କର୍କଟ : ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଗୁରୁଜନଙ୍କର ଆଶୀର୍ବାଦ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିବ ।
ସିଂହ : ପାରିବାରିକ ଅଶାନ୍ତି ବୃଦ୍ଧି ହେବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ ଅର୍ଥ ବ୍ୟୟ ହେବ। ନିର୍ମାଣାଧୀନ କାର୍ଯ୍ୟରେ ବାଧାବିଘ୍ନ ଲାଗି ରହିବ ଯାହାକି ମନକୁ ଭାରାକ୍ରାନ୍ତ କରିବ। ଦୂରସ୍ଥାନକୁ ଯାତ୍ରା କରି ନୂଆ ବନ୍ଧୁଙ୍କ ସହିତ ଦେଖାହେବାରୁ ମନ ଖୁସି ଲାଗିବ।
କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି ପାଇଁ ଖୁସି ଖବର ମିଳିବ। ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ଓ ଅର୍ଥଲାଭ ହେବ ।
ତୁଳା : ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ଜମି, ଯାନବାହାନ କ୍ରୟ କରିପାରନ୍ତି ଏବଂ ବଡ ବ୍ୟବସାୟ ପାଇଁ ମନ ବଳାଇବେ । ଦୁରବନ୍ଧୁଙ୍କ ସହିତ ମାଙ୍ଗଳିକ କାର୍ଯ୍ୟ ପାଇଁ ପରାମର୍ଶ କରିପାରନ୍ତି।
ବିଛା : ଅଧିକ ସମୟ ପୁଜାପୂଜିରେ ଅତିବାହିତ କରିବେ । କିନ୍ତୁ ପାରିବାରିକ ଜୀବନ ଖୁସି ରହିବ ନାହିଁ । ନିର୍ମାଣାଧୀନ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି ନ କରିବାରୁ ବାପାମା’ମାନେ ବ୍ୟସ୍ତ ହେବେ।
ଧନୁ : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ, ବରଂ କଳହ ଦେଖାଯିବ । ଅର୍ଥ ପାଇଁ ଚିନ୍ତାରେ ରହିପାରନ୍ତି । ଫଳରେ ମନ ଦୁଃଖ ରହିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ କଳହ ଦେଖାଯିବ।
ମକର : ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ ।ଅଯଥାରେ ବାଦବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି । ମଧ୍ୟାହ୍ନ ପରେ ସ୍ୱଭାବରେ ଭାବୁକତା ବଢ଼ିପାରେ । ଆପଣଙ୍କ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ଅଗ୍ରସର ହେବେ।
କୁମ୍ଭ: ମିତ୍ରମାନଙ୍କ ସହିତ ସାକ୍ଷାତ ହେବା ଦ୍ୱାରା ମନ ଆନନ୍ଦିତ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ, ଭାଇମାନଙ୍କ ସହିତ ସୁସମ୍ପର୍କ ରହିବ।ଦୂରସ୍ଥାନକୁ ଭ୍ରମଣ କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।
ମୀନ: କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/b62DkLZ
No comments:
Post a Comment