ଗୁଗଲରୁ ବିଦା ହୋଇଥିବା ୭ କର୍ମଚାରୀ ନୂଆ କମ୍ପାନୀ ଗଠନ କରିବାକୁ ଏକାଠି ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 21, 2023

ଗୁଗଲରୁ ବିଦା ହୋଇଥିବା ୭ କର୍ମଚାରୀ ନୂଆ କମ୍ପାନୀ ଗଠନ କରିବାକୁ ଏକାଠି ହେଲେ

ଗୁଗଲରେ ବରିଷ୍ଠ ମ୍ୟାନେଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ କମ୍ପାନୀ ନିକଟରେ ଛଟେଇ କରିଥିଲା। କଷ୍ଟ କଟିଂ ପ୍ରକ୍ରିୟାରେ ଏପରି ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଚାକିରି ହରାଇବା ପରେ ହତାଶ ନ ହୋଇ ବ୍ୟକ୍ତି ଜଣଙ୍କ ନିଜସ୍ୱ କମ୍ପାନୀ ଗଠନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ହେନରୀ କ୍ରିକ୍‌।

ତାଙ୍କୁ ନୂଆ କମ୍ପାନୀ ଗଠନ ଦିଗରେ ଆଉ ୬ ଜଣ ବ୍ୟକ୍ତି ସହାୟତା କରୁଛନ୍ତି। ସେମାନଙ୍କୁ ମଧ୍ୟ କଷ୍ଟ କଟିଂ ପ୍ରକ୍ରିୟା ମାଧ୍ୟମରେ ଗୁଗଲ ଚାକିରିରୁ ବିଦା କରିଥିଲା। ଏବେ ୭ ଜଣ ଯାକ ମିଳିତ ଭାବେ ନୂଆ କମ୍ପାନୀ ଗଠନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

କ୍ରିକ୍‌ ଦୀର୍ଘ ୮ ବର୍ଷ ହେଲା ଗୁଗଲରେ କାମ କରୁଥିଲେ। କିନ୍ତୁ ନିକଟରେ କମ୍ପାନୀ ବିଦା କରିଥିବା ୧୨ ହଜାର କର୍ମଚାରୀଙ୍କ ମଧ୍ୟରେ ସେ ରହିଥିଲେ। ଚାକିରିରୁ ବିଦା ହେବ ପରେ କ୍ରିଜ୍‌ ନିଜକୁ ଓ ନିଜ ଟିମକୁ ଷ୍ଟୁଡିଓର ଡିଜାଇନ କରିବାକୁ ୬ ସପ୍ତାହର ସମୟ ଦେଇଛନ୍ତି। ସେ ନିଜର ଷ୍ଟୁଡିଓ ବା ପ୍ରତିଷ୍ଠାନ ନ୍ୟୁୟର୍କ ଓ ସାନ ପ୍ରାନ୍ସିକୋରେ ତିଆରି କରିବେ।

ସେ ଲିଙ୍କଡିଇନରେ ନିଜ କଥା ସମସ୍ତଙ୍କୁ ଅବଗତ କରାଇଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ବୋଲି ଗୁଗଲ ନୋଟିସ ଦେଇଛି। ସେ ୬୦ ଦିନର ନୋଟିସ ପରିୟଡ ଶେଷ ହେବା ପୂର୍ବରୁ ହିଁ ନିଜସ୍ୱ କମ୍ପାନୀ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି, “ମୋ ପାଖରେ ୫୨ ଦିନ ବାକି ଅଛି। ମୁଁ ଆପଣମାନଙ୍କ ସହଯୋଗ ଚାହୁଁଛି।

ମୁଁ ସବୁବେଳେ ବିଶ୍ୱାସ କରେ ଯେ କଠିନ ପରିଶ୍ରମ ହିଁ ସଫଳତା ଦିଏ ଓ ଜୀବନର ଗାଡ଼ିକୁ ଆଗକୁ ନିଏ। ଅବଶ୍ୟ ମୁଁ ଆରମ୍ଭ କରୁଥିବା ପ୍ରତିଷ୍ଠାନ କେତେ ସଫଳ ହେବ ଜାଣିନି। କିନ୍ତୁ ଏହା ନିଶ୍ଚିତ ଭାବେ ଜୀବନର ଗତିପଥକୁ ବଦଳାଇବାରେ ସୁଯୋଗ ସୃଷ୍ଟି କରିବ।” ଗତ ସପ୍ତାହରେ ସେ ଏପରି ପୋଷ୍ଟ କରିଥିଲେ।

ତାଙ୍କର ଏହି ନୂଆ ଯାତ୍ରାରେ ତାଙ୍କ ସହ ଗୁଗଲର ଆଉ ୬ ଜଣ ପୂର୍ବତନ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି। କ୍ରିକ ଆଣ୍ଡ କୋ ସେମାନଙ୍କ ନୂଆ ଷ୍ଟ୍ରାର୍ଟଅପରେ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ଆପ୍‌ ଓ ୱେବସାଇଟ୍‌ ଡିଜାଇନ କରିବାର ବ୍ୟବସ୍ଥା କରିବେ। ଏହାବାଦ ଇଞ୍ଜିନିୟରିଂ ପ୍ରୋଜେକ୍ଟସ ଓ ଆର୍ଥିକ ଷ୍ଟାର୍ଟଅପ ଗଠନ ଭଳି ବ୍ୟବସ୍ଥା ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ କରିବେ। ଏନେଇ ଏକ ବ୍ଲ୍ୟୁ ପ୍ରିଣ୍ଟ କ୍ରିକ ଓ ତାଙ୍କ ଟିମ ପ୍ରସ୍ତୁତ କରୁଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/s4m1MEc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages