ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଅସୁସ୍ଥ, ୫ ଆଇସିୟୁରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 21, 2023

ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଅସୁସ୍ଥ, ୫ ଆଇସିୟୁରେ ଭର୍ତ୍ତି

ମାଲକାନଗିରି ପରେ ଏବେ ବାଲେଶ୍ୱର ସୋରରେ ମାତିଛି ଜାପାନୀଜ ଏନସେଫାଲାଇଟିଜ ଜ୍ୱର। ସୋରରେ ଥିବା ପୁରୁବାଇ ସେବାସଂଘ କନ୍ୟାଶ୍ରମର ଏବେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଜଣ ଅନ୍ତେବାସିନୀ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏବେ ସୋର ମେଡିକାଲରେ ୧୪ ଜଣ ଓ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ୧୭ ଜଣ ଚିକିତ୍ସିତ ହେଉଛନ୍ତି। ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସିତ ଅସୁସ୍ଥଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ରହିଛନ୍ତି। ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲସେନ ଜଗଦେବ ଏହାକୁ ଜାପାନୀଜ ଏନସେଫାଲାଟାଇଜ ଜ୍ୱର ବୋଲି କହିଥିଲେ। ଚିକିତ୍ସିତଙ୍କ ମଧ୍ୟରୁ ୨ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଗତକାଲି ରାତିରେ କନ୍ୟାଶ୍ରମର ୫ ଜଣ ଅନ୍ତେବାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସିଧାସଳଖ ବାଲେଶ୍ୱର ଜିଲ୍ଲା ଚିକିତ୍ସାଲୟକୁ ନିଆଯାଇଥିଲା। ତେବେ କନ୍ୟାଶ୍ରମରେ ଅଧିକ ଅନ୍ତେବାସୀନୀ ଏହି ଜ୍ୱରରେ ଆକ୍ରାନ୍ତ ହେଉଥିବାରୁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ପୂର୍ବରୁ ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ରହି ପାଠପଢ଼ୁଥିବା ନୀଳଗିରି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଜ୍ୱରରେ ମୃତ୍ୟୁ ହୋଇଯାଇଥିଲା।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଏହା ମସ୍ତିଷ୍କ ପ୍ରଦାହ ବୋଲି କହିଥିଲେ। ପରେ ବାଲେଶ୍ୱର ଜିଲ୍ଲାପାଳ ନିଜେ ଅସୁସ୍ଥଙ୍କ ସହିତ କଥା ହେବା ସହ କନ୍ୟାଶ୍ରମର ପରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ। 

ରୋଗାକ୍ରାନ୍ତ ଅନ୍ତେବାସିନୀଙ୍କ ଦେହ ହାତ ଫୁଲି ଯିବା ସହିତ ଜ୍ୱର ଓ କାଶ ଛାଡ଼ୁନି। ଏହି କନ୍ୟାଶ୍ରମର ୨୯ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା ବଳେ ୫ ଜଣଙ୍କୁ ଜାପାନୀଜ ଏନସେଫାଲାଟାଇଜ ହୋଇଥିବା ଜଣାପଡିଥିଲା। ଏହା ସାଧରଣତଃ ମଶା ଓ ଘୁଷୁରୀମାନଙ୍କ ପାଖରୁ ବ୍ୟାପିଥାଏ। କିନ୍ତୁ କନ୍ୟାଶ୍ରମ ପାଖରେ ଘୁଷୁରୀ ରହୁନାହାନ୍ତି। ହେଲେ କନ୍ୟାଶ୍ରମ ଭିତର ଅପରିଷ୍କାର ପରିବେଶ ସାଙ୍ଗକୁ ପାଣି ନିଷ୍କାସନ ପାଇଁ ଉତ୍ତମ ସୁବିଧା ନାହିଁ। ଯାହା ଦ୍ୱାରା ମଶା ବଂଶ ବୃଦ୍ଧି ହେବା ଓ ଅନ୍ତେବାସିନୀମାନଙ୍କୁ ମଶା କାମୁଡ଼ିବାରୁ ଏହି ରୋଗ ହୋଇଥିବା ଅନୁମାନ କରାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/9I4auRS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages