ଉଦ୍ଧବ ଠାକରେଙ୍କୁ ଶରଦ ପାୱାରଙ୍କ ପରାମର୍ଶ- ନିଜର ନୂତନ ପରିଚୟ ତିଆରି କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 17, 2023

ଉଦ୍ଧବ ଠାକରେଙ୍କୁ ଶରଦ ପାୱାରଙ୍କ ପରାମର୍ଶ- ନିଜର ନୂତନ ପରିଚୟ ତିଆରି କର

ଉଦ୍ଧବ ଠାକରେଙ୍କଠାରୁ ୮ ମାସ ତଳେ ଅଲଗା ହୋଇଥିବା ସିନ୍ଦେ ଏବେ ପ୍ରକୃତ ଶିବସେନା ମାନ୍ୟତା ପାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଗତକାଲି ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁରେ ନାମିତ କରିବା ସହ ଦଳୀୟ ଚିହ୍ନ ଧନୁ-ତୀର ପ୍ରଦାନ କରିଛନ୍ତି। ଏହାକୁ ନେଇ ତେଜିଛି ରାଜନୀତି। ଉଦ୍ଧବ ଠାକେରଙ୍କ ସମର୍ଥନରେ ବାହାରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ଓ ଦଳର ବରିଷ୍ଠ ନେତା ଅଜିତ ପାୱାର।

ଚିହ୍ନ ବଦଳିବା ଦ୍ୱାରା ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଶିବସେନା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ନିର୍ବାଚନ ଆୟୋଗ ତରବରିଅ ଭାବେ ଏହି ନିଷ୍ପତ୍ତି ନେଇଥିବା ବରିଷ୍ଠ ଏନସିପି ନେତା ଅଜିତ ପାୱାର କହିଛନ୍ତି।

ଶରଦ ପାୱାର କହିଛନ୍ତି, ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଶିବସେନା ଏହାର 'ଧନୁ ଓ ତୀର' ଚିହ୍ନ ହରାଇବା ଦ୍ୱାରା ପ୍ରଭାବିତ ହେବ ନାହିଁ । କାରଣ ଜନସାଧାରଣ ଏହାର ନୂତନ ଚିହ୍ନକୁ ସହଜେ ଗ୍ରହଣ କରିବେ। ପାୱାରଙ୍କ ପାର୍ଟି ଠାକରେଙ୍କ ଶିବସେନାର ସହଯୋଗୀ ହୋଇଥିବାରୁ ସେ ଖୋଲାଖୋଲି ଉଦ୍ଧବଙ୍କ ସପକ୍ଷରେ ମତବ୍ୟକ୍ତ କରିଛନ୍ତି।

ପୁରୁଣା କଥାକୁ ମନେ ପକାଇ ଶରଦ ପାୱାର କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ୧୯୭୮ ମସିହାରେ ଏକ ନୂତନ ପ୍ରତୀକ ବାଛିଥିଲା । ଏହାକୁ ନେଇ ଦଳ ଉପରେ କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଦଳ କିନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲା।

ଏନସିପି ମୁଖ୍ୟ ଠାକୁର ଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି, “ଯେତେବେଳେ ନିଷ୍ପତ୍ତି ଆସେ, କୌଣସି ଆଲୋଚନା ହେବା ଉଚିତ ନୁହେଁ। ଏହାକୁ ଗ୍ରହଣ କର, ଏକ ନୂତନ ପରିଚୟ ତିଆରି କର। ଏହାଦ୍ୱାରା କୌଣସି ପରିବର୍ତ୍ତନ ହେବ ନାହିଁ।

ବରିଷ୍ଠ ଏନସିପି ନେତା ଅଜିତ ପାୱାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି। ଏଥିସହ ଇସି କାହିଁକି ଏହି ନିଷ୍ପତ୍ତି ନେବାକୁ ଏତେ ତତ୍ପରତା ପ୍ରକାଶ କଲେ ବୁଝା ପଡ଼ୁନି ବୋଲି କହିଥିଲେ। ଶିବସେନାର ସାଧାରଣ କର୍ମୀମାନେ ଉଦ୍ଧବ ଠାକରେଙ୍କ ସହ ଠିଆ ହେବେ ବୋଲି କହିଛନ୍ତି ଅଜିତ ପାୱାର ।

ସୂଚନାଯୋଗ୍ୟ, ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନା ଉପରେ ତାଙ୍କ ପୁଅ ଉଦ୍ଧବ ଠାକରେ ହକ ଜାହିର କରିଥିଲେ। ବିଶେଷ କରି ୨୦୨୨ ଜୁନ ମାସରେ ସିନ୍ଦେ ଦଳର ୩୦ରୁ ଅଧିକ ବିଧାୟକଙ୍କୁ ନେଇ ବିଜେପିରେ ମିଶିଲା ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲା। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଉଭୟ ନିଜକୁ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଭାବେ ଦାବି କରିଥିଲେ। ଏଥିସହ ଦଳର ନାଁ ଓ ଚିହ୍ନ ଉପରେ ହକ ଦେଖାଇଥିଲେ। ବିବାଦ ବଢ଼ିବାରୁ ଉଭୟ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିଲେ।

ଜାନୁଆରୀ ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀର କାହା ପାଖରେ ରହିବ, ସେନେଇ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ।  ଏହାପରେ କମିଶନ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଏବେ ଶିବସେନା କହିଲେ ସିନ୍ଦେ ଗୋଷ୍ଠୀଙ୍କୁ ବୁଝାଇବ। ସେହିପରି ଦଳର ସଦସ୍ୟମାନେ ଧନୁ ଓ ତୀର ବ୍ୟବହାର କରିପାରିବେ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ସିନ୍ଦେ ଗୋଷ୍ଠୀ ସହ ଅଧିକାଂଶ ଶିବସେନା ସଦସ୍ୟ ରହିଥିବାରୁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pDOF2yE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages