ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କହିଲେ ‘ଜେଏନୟୁରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 13, 2023

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କହିଲେ ‘ଜେଏନୟୁରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଉତ୍କଳ ବିଶ୍ୱବିଦ୍ୟାଳୟରେ ସେମିନାର ବେଳେ ଜେଏନୟୁ ପ୍ରଫେସର ସୁରଜିତ ମଜମୁଦାରଙ୍କୁ ଆକ୍ରମଣ ନେଇ ପୂରା ରାଜଧାନୀ ହୁଲୁସ୍ଥୁଲୁ। ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଅଚାର୍ଯ୍ୟ ଆଜି ଗଣମାଧ୍ୟମକୁ କହିଛନ୍ତି ‘ଜେଏନୟୁରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ସେନେଇ ମୁଁ କିଛି ଜାଣିନି।’ ଯାହା ପୁଣି ଅଲୋଚନାର ବିଷୟ ହୋଇଛି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ଆଜି ହୋଇଥିଲା ତନାଘନା। ଏନେଇ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମଟି ବୈଠକ ବସିଥିଲେ ବି ବୈଠକର ନିଷ୍ପତ୍ତି ସଂପର୍କରେ କିଛି ବି ସୂଚନା ମିଳିନି। ତେବେ ଶୃଙ୍ଖଳା କମିଟିର ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରାଯିବ, ଦରକାର ପଡ଼ିଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯିବ ବୋଲି ଭିସି ପ୍ରଫେସର୍ ସବିତା ଅଚାର୍ଯ୍ୟ କହିଛନ୍ତି।

ଅନ୍ୟପଟେ ଘଟଣା ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଦୁଇଟି ମାମଲା ପରେ ପୁଲିସ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ମାନସ ସାହୁ ଓ ସଂଜୟ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତ ପଠାଯାଇଛି।

ଗିରଫ ହୋଇଥିବା ମାନସ ସାହୁ କହିଛନ୍ତି, ବୈଠକରେ ଦେଶ ବିଭାଜନ ହେଉଥିବା, ହିନ୍ଦୁ ଧର୍ମ ପ୍ରମୋଟ ହେଉଛି, ଆମେ ସମସ୍ତେ ଏକ ହେବା, ହିନ୍ଦୁ ଧର୍ମକୁ ଭାଙ୍ଗିବା, ଜାତିକୁ ନେଇ ରାଜନୀତି କରିବା ପ୍ରଭୃତି ମନ୍ତ୍ରବ୍ୟ ଦିଆଯିବାରୁ ଏହାକୁ ବିରୋଧ କରାଯାଇଥିଲା। ଯେହେତୁ ଆମେ ସମସ୍ତେ ଭାରତୀୟ ଓ ଆମେ ସମସ୍ତେ ଏକ; ତେଣୁ ଭାରତ ବିରୋଧରେ ଯିଏ କହିବ ତାହାର ବିରୋଧ କରାଯିବ।

ସିଟିଜେନ ଫୋରମ୍ ଆବାହକ ପ୍ରଦୀପ୍ତ ନାୟକ କହିଛନ୍ତି, ଏହି ମାମଲାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସମସ୍ତଙ୍କୁ ଗିରଫ କରାଯାଉଛି। ବାଣୀବିହାରକୁ ଏବିଭିପି ମୁକ୍ତ କରାଯାଉ।

ସୂଚନା ଥାଉକି, ଯାହା କେବେ ହୋଇ ନଥିଲା ତାହା ହୋଇଛି ବାଣୀବିହାର କ୍ୟାମ୍ପସରେ। ଗତକାଲି ସିଟିଜେନ୍ ଫୋରମ୍ ବ୍ୟାନରରେ ‘ସମ୍ବିଧାନ ଓ ଶିକ୍ଷା’ ନାଁରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ଜେଏନୟୁର ପ୍ରଫେସର ସୁରଜିତ ମଜୁମଦାର। ଆଉ ମଜୁମଦାର ବକ୍ତବ୍ୟ ରଖୁଥିଲା ବେଳେ କିଛି ପୂରାତନ ଛାତ୍ର ତାଙ୍କର ବିରୋଧ କରିଥିଲେ। ସୁରଜିତ ମଜୁମଦାର ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସେମିନାର ବନ୍ଦ କରିବାକୁ ଦାବି କଲେ। ଆୟୋଜକ ମାନେ ସେମାନଙ୍କୁ ଘଉଡ଼ାଇଥିଲେ। ପରେ ସେହି ପୂରାତନ ଛାତ୍ରମାନେ ସଂଘବଦ୍ଧ ଭାବେ ଆସି ସେମିନାର ଆୟୋଜକ ଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ କରିଥିଲା ସିଟିଜେନ ଫୋରମ୍। ଯାହାକୁ ନେଇ ଅଶାନ୍ତ ହୋଇ ପଡ଼ିଥିଲା ବାଣୀବିହାର କ୍ୟାଂପସ।

ସେପଟେ ଏବିଭିପି ପକ୍ଷରୁ ଧାରଣା ଦିଆଯାଇଥିଲା। ଦୋଷୀଙ୍କୁ ଗିରଫ ପାଇଁ ଦାବି ହୋଇଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି ବାଣୀବିହାରକୁ ଜେଏନୟୁ ଭଳି ଅଶାନ୍ତ କରାଯିବାର ଉଦ୍ୟମ ଚାଲିଛି। ଚଂଚକତା କରି ବାଣୀବିହାର PG କାଉନସିଲ ସେମିନାର ହଲକୁ ଗୋଟିଏ ଅଣ ପଞ୍ଜିକୃତ ଭୂତ ଶିକ୍ଷାନୁଷ୍ଠାନ ନାଁରେ ବୁକିଂ କରାଯିବା ଏବଂ ସେମିନାରରେ ଦେଶ ବିରୋଧୀ ବୟାନ ଦିଆଯିବା ଉଦ୍ଦେଶ୍ୟକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛି ଏବିଭିପି।

ତେବେ ଉଲ୍ଲେଖ ଥାଉକି, JNU ପ୍ରଫେସର୍ ସୁରଜିତ ମଜମୁଦାର ବାମପନ୍ଥି ଚିନ୍ତାଧାରାର ବ୍ୟକ୍ତି। ଖୋଲା ଖୋଲି ବାମପନ୍ଥି ନ କହିଲେ ମଧ୍ୟ ଅନେକ ଦେଶ ବିରୋଧୀ ଓ ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଇଥିବା ତାଙ୍କ ନାମରେ ଅଭିଯୋଗ ଅଛି। ତେବେ ବାଣୀବିହାରୀ ଅଲୋଚନାଚକ୍ରକୁ ନେଇ ଦେଖାଦେଇଥିବା ଛାତ୍ର ଅଶାନ୍ତି ଆଗକୁ କିପରି ପ୍ରଶମିତ ହେଉଛି ଦେଖିବାର କଥା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EOIYAqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages