୧୪ ଫେବ୍ରୁଆରୀ, ମଙ୍ଗଳବାର: ସାଙ୍ଗଙ୍କ ସହିତ ମନୋମାଳିନ୍ୟ ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 13, 2023

୧୪ ଫେବ୍ରୁଆରୀ, ମଙ୍ଗଳବାର: ସାଙ୍ଗଙ୍କ ସହିତ ମନୋମାଳିନ୍ୟ ହୋଇପାରେ

ମେଷ: ସାଙ୍ଗଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ। ପ୍ରତି କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ବୁଦ୍ଧିମାନର କାମ ହେବ।

ବୃଷ : ପ୍ରିୟଜନଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ମିଥୁନ: ଖୁସି ମନେଇବା ପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି। କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବାର ସଙ୍କେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାକୁ ପରିବର୍ତ୍ତନ କରିପାରନ୍ତି ।

କର୍କଟ: ବିଭିନ୍ନ କ୍ଷେତ୍ରରେ ଅନେକ ଅଧିକାର ଓ କ୍ଷମତା ମିଳିବ। ଫଳରେ ଆପଣ ବହୁତ ଆନନ୍ଦିତ ହେବ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ମାନଙ୍କୁ ସଫଳତା ମିଳିବ। ମହିଳାମାନେ ଜଗିରଖି ଚଳନ୍ତୁ । ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ।

ସିଂହ : ଆତ୍ମୀୟମାନେ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ, ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଧର୍ମ ପତ୍ନୀଙ୍କ ଉତ୍ସାହ ଅନେକାଂଶରେ ସଫଳତା ଆଣିଦେବ।

କନ୍ୟା : କେହି ଜଣେ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବ। ପାରିବାରିକ ଜୀବନ ସୁଖପ୍ରଦ ହେବା ସହ ଧର୍ମ ଦିଗରେ ମନୋନିବେଶ କରିବେ। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥିମାନେ ବିଦେଶ ଗସ୍ତରେ ଯାଇପାରନ୍ତି।

ତୁଳା: ଧନ ଲାଭ ହେବା ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ନିଜର ଚ଼େଷ୍ଟା ବଳରେ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ବିଛା: କୌଣସି ସମସ୍ୟାକୁ ନେଇ ଚିନ୍ତିତ ରହିବେ। ସନ୍ତାନମାନେ ଆଜ୍ଞାଧୀନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ, ମହିଳାମାନେ ଆଜି ଆତ୍ମସମୀକ୍ଷା କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି ।

ଧନୁ: ସୁସ୍ୱାଦୁ ଭୋଜନ ମିଳିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବହୁ ପ୍ରତୀକ୍ଷିତ ଖବର ପାଇ ଆନନ୍ଦିତ ହେବେ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିଶା କରିବାର ସୁଯୋଗ ମିଳିବ ।

ମକର : ଆକସ୍ମିକ ଧନ ଲାଭର ଯୋଗ ରହିଛି । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ପରିବାରରେ ସ୍ନେହ ଶ୍ରଦ୍ଧା ମିଳିବ, ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲିତ ରହିବ । କର୍ମଜୀବୀ ମହିଳାମାନେ ଜଗିରଖି ଚଳନ୍ତୁ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ।

କୁମ୍ଭ: ସାହସ ଏବଂ ଧୈଯ୍ୟ ଆପଣଙ୍କୁ ସଫଳତା ଦେବ। ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଭରି ରହିବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଗୁରୁଜନଙ୍କର ଆଶୀର୍ବାଦ ଲାଭ ହେବ। ମିତ୍ରମାନଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । 

ମୀନ: ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି। ଘରୋଇ ମନାନ୍ତର ମତାନ୍ତର ଦେଖାଦେଇପାରେ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GEmerwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages