ସରକାରଙ୍କ ନିଷ୍ପତ୍ତିକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ୭ ହାଇକୋର୍ଟ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 21, 2023

ସରକାରଙ୍କ ନିଷ୍ପତ୍ତିକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ୭ ହାଇକୋର୍ଟ ବିଚାରପତି

ଦେଶ ଇତିହାସରେ ସମ୍ଭବତଃ ପ୍ରଥମଥର ପାଇଁ ଗୋଟିଏ ବିରଳ ଘଟଣା ଘଟିଛି। କୌଣସି ସରକାର ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ହାଇକୋର୍ଟର ବିଚାରପତି। ମଙ୍ଗଳବାର ପାଟନା ହାଇକୋର୍ଟର ୭ ଜଣ କାର୍ଯ୍ୟରତ ବିଚାରପତି କୌଣସି ଉପାୟ ନ ପାଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ବିହାରର ଆକାଉଣ୍ଟ ଜେନେରାଲ ଏହି ୭ ବିଚାରପତିଙ୍କ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ) ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ମତାମତ ଅନୁସାରେ ଏପରି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ଅବସର ପରେ ସେମାନଙ୍କ ପେନସନ ଓ ଅନ୍ୟ ସୁବିଧାସୁଯୋଗରେ ବୁଝାମଣା ହେବାର ଆଶଙ୍କା ରହିଛି। ତେଣୁ ସେମାନେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଜଷ୍ଟିସ ଶୈଳେନ୍ଦ୍ର ସିଂହ, ଜଷ୍ଟିସ ଅରୁଣ କୁମାର ଝା, ଜଷ୍ଟିସ ଜିତେନ୍ଦ୍ର କୁମାର, ଜଷ୍ଟିସ ଆଲୋକ କୁମାର ପାଣ୍ଡେ, ଜଷ୍ଟିସ ସୁନୀଲ ଦତ୍ତା ମିଶ୍ରା, ଜଷ୍ଟିସ ଚନ୍ଦ୍ର ପ୍ରକାଶ ସିଂହ ଓ ଜଷ୍ଟିସ ଜଷ୍ଟିସ ଚନ୍ଦ୍ର ଶେଖର ଝା ମିଳିତ ଭାବେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ କରିଛନ୍ତି। ବିଚାରପତିମାନଙ୍କ ପକ୍ଷରୁ ଆଇନଜୀବୀ ପ୍ରେମ ପ୍ରକାଶ ଆବେଦନକୁ ଦାଖଲ କରି ତ୍ୱରିତ ଶୁଣାଣି ପାଇଁ ନିବେଦନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସାମ୍ନାରେ ଏପରି ଆବେଦନ ଦାଖଲ କରାଯାଇଛି। ହଠାତ୍‌ ହାଇକୋର୍ଟ ବିଚାରପତିମାନଙ୍କ ଜିପିଏଫ ଆକାଉଣ୍ଟ ବନ୍ଦ କରି ଦିଆଯାଇଥିବାରୁ ଖଣ୍ଡପୀଠ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଏଥିସହ ଶୁକ୍ରବାର ଆବେଦନର ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ଆବେଦନ କରିଥିବା ବିଚାରପତିମାନେ ପ୍ରଥମେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ମାସରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ବିହାରର ସୁପରିୟର ଜୁଡିସିଆ ସିର୍ଭିସ ଅଧୀନରେ ଏମାନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଇଥିଲା। ଗତବର୍ଷ ସମସ୍ତଙ୍କୁ ପଦୋନ୍ନତି ମିଳିବା ସହ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ଯେତେବେଳେ ଏହି ବିଚାରପତିମାନେ ନ୍ୟାୟିକ ଅଧିକାରୀ ଥିଲେ ସେତେବେଳେ ସେମାନେ ଜାତୀୟ ପେନସନ ଯୋଜନାର ଅଂଶ ବିଶେଷ ହୋଇ ରହିଥିଲେ। ୨୦୧୬ରେ ବିହାର ସରକାର ଗୋଟିଏ ନୀତି ପ୍ରଣୟନ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଯେଉଁମାନେ ନୂଆ ପେନସନ ଯୋଜନାରୁ ପୁରୁଣା ପେନସନ ଯୋଜନାକୁ ସ୍ଥାନାନ୍ତରିତ ହୋଇଛନ୍ତି, ସେମାନଙ୍କୁ ଏନପିଏସ୍‌ ବାବଦ ଅର୍ଥ ମିଳିବ। ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଜିପିଏଫ ଆକାଉଣ୍ଟରେ ଜମା ହେବ।

ଏହିକ୍ରମରେ ଉପରୋକ୍ତ ୭ ଜଜ ହାଇକୋର୍ଟର ବିଚାରପତି ହେବା ପରେ ସେମାନଙ୍କୁ ଗୋଟିଏ ଲେଖାଏ ଜିପିଏଫ ଆକାଉଣ୍ଟ ମିଳିଥିଲା। ସେମାନେ ମଧ୍ୟ ଏନପିଏସ୍‌ ଅର୍ଥକୁ ଉଠାଇ ଉକ୍ତ ଆକାଉଣ୍ଟରେ ଜମା କରିଥିଲେ। ତେବେ ଏହି ବିଚାରପତିମାନେ ଜିପିଏଫ ଆକାଉଣ୍ଟକୁ ଯେଉଁ ଅର୍ଥ ଟ୍ରାନ୍ସଫର କରିଛନ୍ତି, ତା’ର ଆଇନଗତ ଦିଗ ସମ୍ପର୍କରେ ମତାମତ ଦେବାକୁ ଗତବର୍ଷ ନଭେମ୍ବର ମାସରେ ବିହାରର ଆକାଉଣ୍ଟ ଜେନେରାଲ ଦେଶର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା। ମନ୍ତ୍ରଣାଳୟ ମତାମତ ଦେବା ପରେ ବିହାର ସରକାର ସମସ୍ତ ୭ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1TOn9Zr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages