ବୁଲା କୁକୁରଙ୍କ ଦୌରାତ୍ମ୍ୟ, କୁନି ପିଲାକୁ ଝୁଣି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 20, 2023

ବୁଲା କୁକୁରଙ୍କ ଦୌରାତ୍ମ୍ୟ, କୁନି ପିଲାକୁ ଝୁଣି ମାରିଦେଲେ

ପୁଣିଥରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ୩ଟି ବୁଲା କୁକୁର ଜଣେ ୫ ବର୍ଷର ପିଲାକୁ ଘେରି ଯାଇ ବାରମ୍ବାର କାମୁଡ଼ିବାରୁ ତା’ର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ନିଜାମାବାଦରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ମଧ୍ୟ ହୋଇଛି। ପିଲାଟିର ବାପା ଯେଉଁ ସ୍ଥାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ, ସେହି କ୍ୟାମ୍ପସ ଭିତରେ ହିଁ ବୁଲା କୁକୁରମାନେ ଏପରି କାଣ୍ଡ ଘଟାଇଛନ୍ତି।

ପ୍ରାଣ ହରାଇଥିବା ପିଲାର ନାଁ ପ୍ରଦୀପ। ବାପାଙ୍କ ସହ ସେ ଉକ୍ତ କ୍ୟାମ୍ପସକୁ ଆସିଥିଲା। ପାର୍କିଂ ଲଟ୍‌ରେ ପ୍ରଦୀପ ଏକାକୀ ଚାଲିଚାଲି ଯାଉଥିବା ବେଳେ ପଛ ପଟୁ ୩ଟି ବୁଲା କୁକୁର ତା ପାଖକୁ ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ପ୍ରଦୀପ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଗୋଟିଏ କୁକୁର ତା’ ପିଛା କରି କାମୁଡ଼ି ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ି ଯିବା ପରେ ୩ଟି ଯାକ କୁକୁର ପିଲାଟିକୁ ବାରମ୍ବାର କାମୁଡ଼ିବାରେ ଲାଗିଥିଲେ। ତା’ କପଡ଼ା ଭିଡ଼ି ବାହାର କରି ଦେଇଥିଲେ।

ଯେତେଥର ପ୍ରଦୀପ ତଳୁ ଉଠୁଥିଲା,ସେତେଥର କୁକୁରମାନେ ତାକୁ କାମୁଡ଼ି ପୁଣି ତଳେ ପକାଇ ଦେଉଥିଲେ। ଶେଷରେ ୩ଟି ଯାକ କୁକୁର ଏକାସାଙ୍ଗରେ ତା’ ଉପରେ ଚଢ଼ି ବାରମ୍ବାର କାମୁଡ଼ି ପୂରା ଶରୀରକୁ ଖିନଭିନ କରି ଦେଇଥିଲେ। ଏଥିସହ ପାର୍କିଂ ଅଞ୍ଚଳର ଗୋଟିଏ କୋଣକୁ ପ୍ରଦୀପକୁ ଭିଡ଼ି ଭିଡ଼ି ନେଇଯାଇଥିଲେ। ସିସିଟିଭି ଦୃଶ୍ୟରୁ ଜଣାପଡ଼ୁଛି ଯେ ପ୍ରଦୀପ କୁକୁରମାନଙ୍କ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ସାରିଥିଲା।

ଏହି ହୃଦୟ ବିଦାରକ ଦୃଶ୍ୟର ଭିଡିଓକୁ ଅନେକ ଲୋକ ସୋଶାଲ ମିଡିଆରେ ଶେୟାର କରିବା ସହ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହାପୂର୍ବରୁ ୨ ସପ୍ତାହ ତଳେ ଗୁଜରାଟର ସୁରତରେ ଜଣେ ୪ ବର୍ଷୀର ପିଲା ବୁଲା କୁକୁର ଆକ୍ରମଣରେ ପ୍ରାଣ ହରାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BdVNuwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages