ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ, କ୍ଷୀର ପିଇବାକୁ କହିଲେ ଉମା ଭାରତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 2, 2023

ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ, କ୍ଷୀର ପିଇବାକୁ କହିଲେ ଉମା ଭାରତୀ

ମଦ ଉପରେ ବ୍ୟାନ ଲଗାଇବା ଦାବିରେ ଆନ୍ଦୋଳନ କରୁଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ଲୋକଙ୍କୁ ଜାଗୃତ କରିବା ପାଇଁ ମଦ ଦୋକାନ ଆଗରେ ବୁଲା ଗାଈ ବାନ୍ଧିଛନ୍ତି। ଏଥିସହ ସମସ୍ତଙ୍କୁ ମଦ ବଦଳରେ କ୍ଷୀର ପିଇବାକୁ କହିଛନ୍ତି।

ମଧ୍ୟପ୍ରଦେଶର ଓରଚା ସହରରେ ଥିବା ଗୋଟିଏ ମଦ ଦୋକାନ ଆଗରେ ଉମା ଭାରତୀ ଏପରି କରିଛନ୍ତି। ପ୍ରଥମେ ସେ ମଦ ଦୋକାନ ଆଗରେ ପହଞ୍ଚି ଏକାଧିକ ବୁଲା ଗାଈଙ୍କୁ ସେଠାରେ ବାନ୍ଧିଥିଲେ। ଏହାପରେ ସେମାନଙ୍କୁ ନଡ଼ା ଓ ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥିଲେ। ଏହା ଦେଖି ଲୋକଙ୍କ ଭିଡ଼ ଜମିଥିଲା। ଲୋକମାନେ ଏକାଠି ହେବା ପରେ ସେ ସମସ୍ତଙ୍କୁ ମଦ ଛାଡ଼ି ଗାଈ କ୍ଷୀର ପିଇବା ଉଚିତ ବୋଲି କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ବିଜେପି ଶାସିତ ମଧ୍ୟପ୍ରଦେଶରେ ହିଁ ମଦ ପିଇବା ବିରୋଧରେ ନିଜର ଅଭିଯାନ ଜାରି ରଖିଛନ୍ତି। ଏଥିସହ ସରକାର ମଦ ପିଇବାକୁ ଆଦୌ ଉତ୍ସାହିତ ନ କରନ୍ତୁ ବୋଲି ବାରମ୍ବାର ମତ ରଖିଛନ୍ତି। ଏହିକ୍ରମରେ ସେ ଓରଚାରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଓରଚାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି।

ରାଜ୍ୟର ମନ୍ଦିର ସହର ଭାବେ ପରିଚିତ ଓରଚାରେ ମଦ ଦୋକାନ ସଂଖ୍ୟା ମଧ୍ୟ କମ ନୁହେଁ। ତେଣୁ ଉମା ଭାରତୀ ବିଦେଶୀ ମଦ ବିକ୍ରି ହେଉଥିବା ଗୋଟିଏ ଦୋକାନ ଆଗରେ ଗାଈ ବାନ୍ଧି ପ୍ରତିବାଦ କରିଛନ୍ତି। ସେ ମଦ ନୁହେଁ, କ୍ଷୀର ପିଅ ବୋଲି ନାରା ମଧ୍ୟ ଦେଇଛନ୍ତି। ଏହି ଘଟଣା ଏବେ ପୂରା ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତବର୍ଷ ସମାନ ମଦ ଦୋକାନ ଉପରକୁ ଗୋବର ଫିଙ୍ଗି ଉମା ଭାରତୀ ପ୍ରତିବାଦ କରିଥିଲେ। ୨୦୨୨ ମାର୍ଚ୍ଚ ମାସରେ ଭୋପାଲରେ ଥିବା ଗୋଟିଏ ମଦ ଦୋକାନ ଉପରକୁ ଉମା ଓ ତାଙ୍କ ସହଯୋଗୀମାନେ ପଥର ମାଡ଼ କରିଥିଲେ। ଓରଚାର ମଦ ଦୋକାନ ଆଗରେ ଉମା ଭାରତୀ ଗାଈ ବାନ୍ଧି ପ୍ରତିବାଦ କରିଥିଲେ ହେଁ ଭୟରେ ଏହାର ସେଲସମ୍ୟାନ ଶଟର ପକାଇ ଦେଇଥିଲେ। କାଳେ ସେ ପଥର କିମ୍ବା ଅନ୍ୟ କିଛି ଜିନିଷ ଦୋକାନକୁ ଫିଙ୍ଗିବେ, ସେହି ଆଶଙ୍କାରେ ବ୍ୟକ୍ତି ଜଣଙ୍କ ଦୋକାନ ବନ୍ଦ କରି ଦେଇଥିଲେ ବୋଲି କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/clmyRDV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages