ହଜିଗଲା ମାନବିକତା, ଅସୁସ୍ଥ ମହିଳାଙ୍କୁ ଅଧାବାଟରେ ଛାଡ଼ି ପଳାଇଲେ ବସ୍ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 2, 2023

ହଜିଗଲା ମାନବିକତା, ଅସୁସ୍ଥ ମହିଳାଙ୍କୁ ଅଧାବାଟରେ ଛାଡ଼ି ପଳାଇଲେ ବସ୍ କର୍ମଚାରୀ

ହଜିଗଲା ମାନବିକତା। ବସ୍‌ରେ ଯାଉଥିବା ମହିଳା ଅସୁସ୍ଥ ହେବାରୁ ରାସ୍ତାରେ ଓହ୍ଲାଇ ଦେଇ ପଳାଇଲେ ବସ୍ କର୍ମଚାରୀ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ।

 ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଗୌତମି ପଞ୍ଚାୟତର ପଦ୍ମତୋଳା ଗାଁର ସୁଜିତ ସ୍ୱାଇଁ। ନିଜର ମାଆ ରୁନୁଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ନେଇଥିଲେ। ସେଠାରେ ଡାକ୍ତର ଦେଖାଇ ଗତକାଲି ଏକ ଘରୋଇ ବସ୍‌ରେ ନିଜ ଘରକୁ ଫେରୁଥିଲେ। ଘରକୁ ଫେରିବା ବାଟରେ ମା’ର ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ସେ ନେଇ ସୁଜିତ ଚିନ୍ତିତ ହୋଇ ପଡ଼ିଥିଲେ। କ’ଣ କରିବେ ସେ ବ୍ୟଥିତ ହୋଇ ପଡ଼ିଥିଲେ। ବସ୍‌ ଡ୍ରାଇଭରକୁ ପାଖ ମେଡିକାଲକୁ ନେଇ ଯିବାକୁ ସୁଜିତ କହିଥିଲେ।

ହେଲେ ବସ୍‌ ଡ୍ରାଇଭର ସୁଜିତର କଥାକୁ ଶୁଣି ନଥିଲେ। ସାହାଯ୍ୟ କରିବା ପରିବର୍ତ୍ତେ ଅଧାବାଟରେ ମା’ପୁଅଙ୍କୁ ଓହ୍ଲାଇ ଦେଇ ପଳାଇଥିଲା। ବସ୍‌ରୁ ଓହ୍ଲାଇବା ପରେ ଅସୁସ୍ଥ ମା’ର ମୃତ୍ୟୁ ଘଟିଥିଲା। ମା’ର ମୃତଦେହ ପାଖରେ ପୁଅ କାନ୍ଦୁଥିବା ଦେଖି ଲୋକଙ୍କ ଭିଡ ଜମିଥିଲା। ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ  ଆମ୍ବୁଲାନ୍ସ ସହାୟତାରେ ମୃତ ମା’ ଓ ପୁଅକୁ  ଗାଁକୁ ପଠାଇ ଦିଆଯାଇଥିଲା। ବସ୍‌ ଡ୍ରାଇଭରର ଏପରି କାମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LteMvEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages