ତ୍ରୁଣମୂଳ କଂଗ୍ରେସ ନେତାଙ୍କୁ ବୋମା ଲଗାଇ ଉଡ଼ାଇଦେଲେ। ଏଭଳି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗର ବୀରଭୂମିରୁ। ଏଠାରେ ଟିଏମ୍ସି ନେତାଙ୍କ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଟିଏମ୍ସି ନେତାଙ୍କ ପରିଚୟ ନ୍ୟୁଟନ୍ ଶେଖ ବୋଲି ଜଣାପଡିଛି। ସେହିପରି ଲାଲୁ ଶେଖ ଓ ଅନ୍ୟ ଜଣେ ଗୁରୁତର ଅଛନ୍ତି।
ପୁଲିସ ସୂଚନା ମୁତାବକ, କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି ବର୍ତ୍ତମାନ ସୁଦ୍ଧା କୌଣସି କାରଣ ସାମ୍ନାକୁ ଆସିନାହିଁ। ତେବେ ପ୍ରାଣ ହରାଇଥିବା ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ସମ୍ପର୍କୀୟମାନେ ଏହି ଘଟଣାକୁ ପ୍ରତିଶୋଧର କାର୍ଯ୍ୟ ବୋଲି କହିଛନ୍ତି। ତାଙ୍କ ପୁତୁରା ଫିରାଜୁଲ ଇସଲାମ ପୁଲିସକୁ କହିଛନ୍ତି ଯେ ତାଙ୍କ ଦାଦାଙ୍କୁ ରାଜନୈତିକ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି।
କୁହାଯାଉଛି ଯେ, ଅଭିଯୁକ୍ତ ଆକ୍ରମଣକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପିର ସକ୍ରିୟ କର୍ମୀ, କିନ୍ତୁ ସେମାନେ କିଛି ସମୟ ପୂର୍ବରୁ ହିଁ କଂଗ୍ରେସରେ ଯୋଗ ଦେଇଛନ୍ତି। ପୁତୁରା ଫିରାଜୁଲ ଇସଲାମଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣା ପଛରେ ରାଜନୈତିକ ଶତ୍ରୁତା ଥିବା କଥାକୁ ପୁଲିସ ଗ୍ରହଣ କରିବାକୁ ମନା କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/XHhOd1P
No comments:
Post a Comment