୧୮ ଫେବ୍ରୁଆରୀ,ଶନିବାର: ଗୁପ୍ତ ଶତୃ ଅସୁବିଧାରେ ପକାଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 17, 2023

୧୮ ଫେବ୍ରୁଆରୀ,ଶନିବାର: ଗୁପ୍ତ ଶତୃ ଅସୁବିଧାରେ ପକାଇପାରନ୍ତି

ମେଷ : ପିଲାମାନଙ୍କର ସ୍ୱଭାବ ଆଚରଣ ଦେଖି ବାପାମା’ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଦୂରସ୍ଥାନକୁ ଯାତ୍ରା କଲେ ଶୁଭଫଳ ପାଇବେ। ଭାତୃ ବିବାଦ ଦୂରେଇ ଯିବା ସହିତ ଖୁସି ଖବର ପ୍ରାପ୍ତି ହେବ ।

ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ଗୁପ୍ତଶତୃ ଅସୁବିଧାରେ ପକାଇପାରନ୍ତି। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । ଫଳରେ ମନ ବ୍ୟସ୍ତ ରହିବ । ସନ୍ତାନମାନଙ୍କର ପାଠପଢାକୁ ନେଇ ବାପାମା’ ମନ ଦୁଃଖ କରିବେ।

ମିଥୁନ: ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ, ବନ୍ଧୁଙ୍କର ଆଗମନ ହେବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଓ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭ ପାଇବା ସହିତ ନୂଆ ବ୍ୟବସାୟ କରିବା ପାଇଁ ପରାମର୍ଶ ନେବେ ।

କର୍କଟ : ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ ଓ ଘରକୁ ବନ୍ଧୁଙ୍କର ଆଗମନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ।

ସିଂହ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ଓ କାହାରି ସହିତ କଳହ କରନ୍ତୁ ନାହିଁ । ବ୍ୟବସାୟରେ ଲାଭ ପାଇବେ ନାହିଁ ଏବଂ ନିର୍ମାଣାଧୀନ କାର୍ଯ୍ୟ ଅଧାରେ ଅଟକିବ । ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ଦେଖାଯିବ।

କନ୍ୟା: ବାକି ପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବା ସହିତ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ । ପୂଜାକାର୍ଯ୍ୟରେ ଅଧିକ ସମୟ ଦେବେ ଓ ସୁସ୍ୱାଦୁ ଭୋଜନ କରିବେ।

ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ । ମାଲି ମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ବିଛା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ଯାତ୍ରାରେ ସଫଳତା ହାସଲ କରିବେ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ମହିଳାମାନେ ଜଗିରଖି ଚଳନ୍ତୁ । ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ ।

ଧନୁ: ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରର ଦ୍ୱନ୍ଦ୍ୱ ଉପୁଜିପାରେ । ଚେଷ୍ଟା କରୁଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସୁଯୋଗ ସୃଷ୍ଟି ହେବ।

ମକର : ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ ।ଅଯଥାରେ ବାଦବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି । ମଧ୍ୟାହ୍ନ ପରେ ସ୍ୱଭାବରେ ଭାବୁକତା ବଢ଼ିପାରେ । ଆପଣଙ୍କ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ଅଗ୍ରସର ହେବେ।

କୁମ୍ଭ: ମିତ୍ରମାନଙ୍କ ସହିତ ସାକ୍ଷାତ ହେବା ଦ୍ୱାରା ମନ ଆନନ୍ଦିତ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ, ଭାଇମାନଙ୍କ ସହିତ ସୁସମ୍ପର୍କ ରହିବ।ଦୂରସ୍ଥାନକୁ ଭ୍ରମଣ କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

ମୀନ:  କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।  ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tRcvqSn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages