ଆଜି ମହାଶିବରାତ୍ରୀ; ଉତ୍ସବମୁଖର ସବୁ ଶୈବ ପୀଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 17, 2023

ଆଜି ମହାଶିବରାତ୍ରୀ; ଉତ୍ସବମୁଖର ସବୁ ଶୈବ ପୀଠ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଏଥିପାଇଁ ବଡି ଭୋରରୁ ଶୈବପୀଠ ମାନଙ୍କରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥର ବି ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବାକୁ ସ୍ଥିର ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପାର୍କିଂ ପାଇଁ ୧୩ଟି ସ୍ଥାନ ଚିହ୍ନଟ କରାଯାଇଛି।

ସେହିପରି ପୁରୀରେ ଶ୍ରୀ ଲୋକନାଥଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ଆୟୋଜନ ହୋଇଥିବା ବେଳେ ଭୋରରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବିଳମ୍ବିତ ରାତି ୧୨ଟା ୩୦ରେ ଲୋକନାଥଙ୍କ ମନ୍ଦିର ଦ୍ୱାର ଖୋଲିବା ପରେ ଅନ୍ୟାନ୍ୟ ନୀତି ବଢିବା ପରେ ଭୋର ୪ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

କଟକ ଆଠଗଡର ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ
ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ୱାର ଫିଟାଯାଇ ମହାସ୍ନାନ କରାଯାଇଥିଲା। ଅପରାହ୍ଣରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗଲାଗି ବେଢା ପରିକ୍ରମା କରାଯିବ।

ରାତି ଗୋଟାଏରେ ଏଠାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି। ପୀଠରେ ସିସିଟିଭି ସମେତ ୮ ଜଣ ମାଜିଷ୍ଟ୍ରେଟ୍, ୫ ଜଣ ଡିଏସପି, ୫ ଇନପେକ୍ଟର, ୧୪ ଜଣ ସବ-ଇନସପେକ୍ଟର, ୧୫ ଏଏସଆଇ, ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/knBrlxN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages