ରାତି ଅଧରେ ପରିବାରର ୩ ସଦସ୍ୟ ଶୋଇଥିଲେ। ହଠାତ୍ ଘରେ ନିଆଁ ଲାଗିଗଲା। ଏଥିରେ ଜଳି ଗୁରୁତର ହୋଇଛନ୍ତି ବାପା, ମା’ ଓ ପୁଅ । ପରିବାର ସମସ୍ତ ୩ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟାପଡ଼ାରେ ଘଟିଛି। ଗୁରୁତର ୩ ଜଣ ହେଲେ ଟିକେଶ୍ୱର ଦେବଙ୍ଗାନ ତାଙ୍କ ପତ୍ନୀ ସୁଶୀଳା ଦେବଙ୍ଗାନ ଓ ପୁଅ ୧୩ ବର୍ଷର ପୁଅ ବୀର ଦେବଙ୍ଗାନ ।
ଟିକେଶ୍ୱର ଜଣେ ଇଲେକ୍ଟ୍ରି ମିସ୍ତୀ ଭାବେ କାମ କରୁଥିବା ବେଳେ ପତ୍ନୀ ଓ ପୁଅ ସହ ଇଟାଭଟାପଡ଼ାସ୍ଥିତ ନିଜ ଘରେ ରୁହନ୍ତି । ଗତ ରାତିରେ ବାପମା’ ଓ ପୁଅ ଶୋଇଥିବା ବେଳେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା।
ଟିକେଶ୍ୱର ହଠାତ୍ ବାହାରକୁ ଆସି ଚିତ୍କାର କରିବାରୁ ସାହି ପଡ଼ିଶା ଆସି ଉଭୟ ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ସୁଶୀଳାଙ୍କ ଶରୀରର ୯୦% ପୋଡ଼ି ଯାଇଥିବା ବେଳେ ତାଙ୍କ ପୁଅ ଶରୀର ୪୦% ପୋଡ଼ି ଯାଇଛି। ସେହିପରି ଟିକେଶ୍ୱରଙ୍କ ଶରୀର ମଦ୍ୟ ବହୁ ମାତ୍ରାରେ ପୋଡ଼ି ଯାଇଛି।
ଘରେ ଥିବା ଫାଙ୍କରେ କେହି ପେଟ୍ରୋଲ ଢାଳି ନିଆଁ ଲଗାଇଥିବା କହିଛନ୍ତି । ଏହି ଘଟଣା ପଛରେ ତାଙ୍କ ଭାଇଙ୍କ ହାତ ଥିବା ସେ ସନ୍ଦେହ କରୁଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିପାରିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZL8a6Ku
No comments:
Post a Comment