ବିପଦରେ ରାଖୀଙ୍କ ଦ୍ୱିତୀୟ ବିବାହ, କ୍ୟାମେରା ଆଗରେ କାନ୍ଦିଲେ ଡ୍ରାମା କୁଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 1, 2023

ବିପଦରେ ରାଖୀଙ୍କ ଦ୍ୱିତୀୟ ବିବାହ, କ୍ୟାମେରା ଆଗରେ କାନ୍ଦିଲେ ଡ୍ରାମା କୁଇନ୍‌

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତ। ତାଙ୍କ ଦ୍ୱିତୀୟ ବିବାହକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଆଦିଲ ଖାନ୍‌ ଦୁରାନିଙ୍କ ସହ ତାଙ୍କ ବିବାହ ତିଷ୍ଟିଲା ଭଳି ଲାଗୁନାହିଁ। ବିପଦରେ ରହିଛି ରାଖୀଙ୍କ ଦ୍ୱିତୀୟ ବିବାହ। ଏହାକୁ ନେଇ ସେ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିଛନ୍ତି।

ଗତ ମାସରେ ରାଖୀ ସାଓ୍ୱନ୍ତ ନିଜ ବୟଫ୍ରେଣ୍ଡ ଆଦିଲ ଖାନ୍‌ଙ୍କ ସହ ମୁସଲିମ ରୀତିନୀତି ଅନୁଯାୟୀ କୋର୍ଟ ମ୍ୟାରେଜ କରିଥିଲେ। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତେବେ ଏହି ବିବାହକୁ ମାସେ ନପୂରୁଣୁ ଏହା ଏବେ ବିପଦରେ ଥିବା ନେଇ ରାଖୀ ଯନ୍ତ୍ରଣା ବଖାଣିଛନ୍ତି। ଏଥିପାଇଁ ସେ ଭାରି ଚିନ୍ତିତ ଓ ଦୁଃଖି ବୋଲି କହି କ୍ୟାମେରା ଆଗରେ କାନ୍ଦିଛନ୍ତି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ରାଖୀ କହୁଛନ୍ତି, 'ମୋ ବିବାହ ବିପଦରେ। ମୁଁ ଡିପ୍ରେସନରେ ଅଛି। ହେ ଭଗବାନ ମୋତେ ଜୀବନରେ ମାରିଦିଅ। ମୁଁ ମୋ ବିବାହ ବଞ୍ଚାଇବାକୁ ଚାହୁଁଛି। ବିବାହ କୌଣସି ଖେଳ ଘର ନୁହେଁ। ମୋ ବୈବାହିକ ଜୀବନରେ ଆସି କାହାକୁ କ'ଣ ହାସଲ ହେଉଛି।' ଭିଡିଓରେ ରାଖୀ ସାଓ୍ୱନ୍ତ କ୍ୟାମେରା ଆଗରେ ହାତ ଯୋଡି କହୁଛନ୍ତି, 'ମୋ ଉପରେ ଜୁଲମ କରିବା ବନ୍ଦ କର।' ରାଖୀଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ରାଖୀଙ୍କ ଏହି ଭିଡିଓ ଦେଖି ଅନେକ ସୋଶାଲ ମିଡିଆ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ତାଙ୍କୁ କାହିଁକି ବିବାହ କରୁଛ, ଡ୍ରାମା କରିବା ପାଇଁ କି? ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ରାଖୀଙ୍କୁ ଟ୍ରୋଲ କରିଛନ୍ତି। ଡ୍ରାମା କୁଇନ୍‌ଙ୍କୁ ଡ୍ରାମା ବନ୍ଦ କରିବା ପାଇଁ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gJ8RiYj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages