କୃମି ନାଶକ ଦିବସରେ କୃମି ଔଷଧ ଖାଇ ଅସୁସ୍ଥ ହେଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ । ହଠାତ୍ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହେଲା । ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ଏପରି ଘଟଣା ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଛି ।
ଗତକାଲି କୃମି ନାଶକ ଦିବସ ଥିବା ବେଳେ ଜଗମୋହନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ କୃମିନାଶକ ଔଷଧ ଆସିଥିଲା । ଶିକ୍ଷକମାନେ ସ୍କୁଲରେ ଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି ମେଡିସିନ ଦେଇଥିଲେ। ମେଡିସିନ ଖାଇବାର କିଛି ସମୟ ପରେ ହଠାତ୍ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଲେ।
ଔଷଧ ଖାଇବା ପରେ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହୋଇଥିଲା । ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସବୁ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Qy4D8EH
No comments:
Post a Comment