ଫସିଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଆସିଲା ସାଙ୍ଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 4, 2023

ଫସିଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଆସିଲା ସାଙ୍ଘାତିକ ଅଭିଯୋଗ

ଆଇନ ଜାଲରେ ଫସିଲେ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି। ତାଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ ମଦ ପିଇ ନିଜ ପତ୍ନୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ବାନ୍ଦ୍ରା ପୁଲିସ ବନୋଦ କାମ୍ବଲିଙ୍କ ସ୍ତ୍ରୀ ଏଣ୍ଡ୍ରିୟାଙ୍କ ବୟାନ ଆଧାରରେ ଆଇପିସି ଧାରା ୩୨୪ ଓ ୫୦୪ ଜରିଆରେ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି।

Vinod Kambliବିନୋଦ କାମ୍ବଲି ଓ ତାଙ୍କ ପତ୍ନୀ ଏଣ୍ଡ୍ରିୟା

ବନୋଦ କାମ୍ବଲିଙ୍କ ପତ୍ନୀ ଏଣ୍ଡ୍ରିୟାଙ୍କ ଅଭିଯୋଗ ମୁତାବକ, ମଦ ପିଇ ବିନୋଦ ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବିନୋଦ ତାଙ୍କୁ ଖାଦ୍ୟ ରୋଷେଇ କରାଯାଉଥିବା ଫ୍ରାଇଂ ପ୍ୟାନ୍‌ ହ୍ୟାଣ୍ଡେଲରେ ମାଡ଼ ମାରିଛନ୍ତି। କେବଳ ସେତିକି ନୁହେଁ କ୍ରିକେଟ ବ୍ୟାଟ୍‌ରେ ମଧ୍ୟ ବିନୋଦ ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଛନ୍ତି। ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଏକ ପ୍ରାଥମିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏଁ କୌଣସି ଗିରଫଦାରୀ ହୋଇନାହିଁ।

ପୁଲିସ କହିବା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ କାମ୍ବଲି ଘରକୁ ଆସିଥିଲେ। ସେ କେବଳ ନିଜ ପତ୍ନୀଙ୍କ ସହ ମାରପିଟ୍ କରିନାହାନ୍ତି ନିଜ ୧୨ ବର୍ଷର ପୁଅକୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ପତ୍ନୀ ଏଣ୍ଡ୍ରିୟା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ। ମାରପିଟ୍‌ ଘଟଣା ପରେ ଏଣ୍ଡ୍ରିୟା ଚିକିତ୍ସା ପାଇଁ ପ୍ରଥମେ ଭାଭା ହସ୍ପିଟାଲ ଯାଇଥିଲେ। ଏହାପରେ ଏଫଆଇଆର୍‌ ରୁଜୁ କରିବା ପାଇଁ ପୁଲିସ ଷ୍ଟେସନ ପହଞ୍ଚିଥିଲେ।

ବିନୋଦ କାମ୍ବଲି ଭାରତ ପାଇଁ ମୋଟ ୧୦୪ଟି ଦିନିକିଆ ଓ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ମୋଟ ୩,୫୬୧ ରନ୍‌ କରିଛନ୍ତି। ଏଥିରେ ୬ଟି ଶତକ ସାମିଲ ଅଛି। ସେ ଟେଷ୍ଟ ମ୍ୟାଚ୍‌ରେ ୪ଟି ଶତକ ଓ ଦିନିକିଆ ମ୍ୟାଚ୍‌ରେ ଦୁଇଟି ଶତକ କରିଥିଲେ। ୧୯୯୧ରେ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବିନୋଦ କାମ୍ବଲିଙ୍କ କ୍ୟାରିୟର୍‌ କେବଳ ୯ ବର୍ଷ ମଧ୍ୟ ଶେଷ ହୋଇଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/crbG0tC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages