ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 20, 2023

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ। ମୁଖ୍ୟତଃ ନବ ଦାସ ହତ୍ୟା ଘଟଣାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

ଶାସକ ବିଜେଡିର ଗୁମର ଖୋଲିବାକୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ପରାମର୍ଶରେ ପ୍ରସ୍ତୁତି କରିଛି ବିଜେପି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବି ଶାସକ ଦଳକୁ କାଠଗଡ଼ାରେ ଛିଡା କରିବାକୁ ଚେଷ୍ଟା କରିବ ବିଜେପି। ଏହାବାଦ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, ଚାଷୀ ସମସ୍ୟା, ଧାନ କିଣାରେ ଦୁର୍ନୀତି, ଧାନର ଅଭାବୀ ବିକ୍ରି, ତିର୍ତ୍ତୋଲର ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଛି।

ଅନ୍ୟପଟେ କେନ୍ଦ୍ର ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବ ଶାସକ ଦଳ। କେନ୍ଦ୍ର ସରକାର ୫ କିଲୋ ଲେଖାଏଁ ଚାଉଳ କାଟିବା, କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦକୁ ୨୦ ହଜାର କୋଟି କମ୍ ମିଳିବା, ରେଳ କ୍ଷେତ୍ରରେ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଅଗ୍ରାହ୍ୟ, ବିରୋଧୀ ଦଳ ନେତାଙ୍କ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଆଦି ପ୍ରସଙ୍ଗ ଉଠାଇବ ଶାସକ ବିଜେଡି। ଆଜି ବିଜେଡିର ବିଧାୟକ ଦଳ ବୈଠକରେ ଏ ନେଇ ରଣନୀତି ସ୍ଥିର ହେବ।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୨୪ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୬ ଯାଏଁ ଚାଲିବ ବୋଲି ଧାର୍ଯ୍ୟ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/16il2b5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages