ସାଂସଦ ସଞ୍ଜୟ ରାଉତଙ୍କ ନାଁରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 20, 2023

ସାଂସଦ ସଞ୍ଜୟ ରାଉତଙ୍କ ନାଁରେ ମାମଲା

ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ନାଁରେ ଗୋଟିଏ ଏନସି କେସ୍‌ ରୁଜୁ କରିଛି ଥାନେ ପୁଲିସ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଅପମାନସୂଚକ ବୟାନ ଦେଇଥିବାରୁ ପୁଲିସ୍‌ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଥମେ ଥାନେ ପୌରପାଳିକାର ପୂର୍ବତନ ମେୟର ମୀନାକ୍ଷୀ ସିନ୍ଦେ ପୁଲିସ୍‌ ନିକଟକୁ ଯାଇ ଶ୍ରୀ ରାଉତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମୀନାକ୍ଷୀ ତେମ୍ବି ନାକା ଠାରେ ଥିବା ଆନନ୍ଦ ଆଶ୍ରମରେ ରହିଥିଲେ। ସେ ନ୍ୟୁଜ ଚ୍ୟାନେଲ ଦେଖୁଥିବା ବେଳେ ସଞ୍ଜୟ ରାଉତଙ୍କ ଗୋଟିଏ ପ୍ରତିକ୍ରିୟା ପ୍ରସାରଣ କରାଯାଇଥିଲା।

ନିଜର ପ୍ରତିକ୍ରିୟାରେ ଶ୍ରୀ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବିରୋଧରେ ଅତ୍ୟନ୍ତ ଅସଭ୍ୟ ଓ ଅପମାନସୂଚକ ଭାଷା ପ୍ରୟୋଗ କରିଥିଲେ। ଏହା ସିନ୍ଦେଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛି। ଏଥିପାଇଁ ସେ ଥାନେ ନଗର ପୁଲିସ୍‌ ଷ୍ଟେସନକୁ ଯାଇଥିଲେ ଓ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଶ୍ରୀ ରାଉତଙ୍କ ନାଁରେ ଆଇପିସିର ଧାରା ୫୦୦(ସମ୍ମାନହାନୀ) ଅନୁଯାୟୀ ମାମଲା ରୁଜୁ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଥିବାରୁ ଏହାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିରୋଧ କରୁଛି। ଏଥିପାଇଁ ଦୁଇ ଗୋଷ୍ଠୀର ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ଏସବୁ ଭିତରେ ହିଁ ଶ୍ରୀ ରାଉତ ଅପମାନସୂଚକ ବୟାନ ଦେଇଥିବା ଅଭିଯୋଗ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8p0tElF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages