ନବ ଦାସ ମର୍ଡର କେସ୍ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପାଇଁ ପୁଲିସ୍ ବିଭାଗକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଥିବା ବେଳେ ଏବେ ଆଉ ଜଣେ ପୁଲିସ କନେଷ୍ଟବଳଙ୍କ ପାଇଁ ବଢ଼ିଛି ମୁଣ୍ଡବିନ୍ଧା। ଏହି କନଷ୍ଟେବଳଜଣକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ି ଯାଇଛନ୍ତି କନେଷ୍ଟବଳ ସରୋଜ ଦାସ । ଏପରିକି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।
ରବିବାର ସନ୍ଧ୍ୟାରେ ଥାନାରେ କାର୍ଯ୍ୟରତ ଥିବା ବେଳେ ସରୋଜ ଦାସ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ଝାରସୁଗୁଡ଼ା ପୁଲିସ୍ ଗୁରୁତର ସହ ନେଇ ତାଙ୍କୁ ତୁରନ୍ତ ବଦଳି କରି ଝାରସୁଗୁଡ଼ା ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ଆଣିଛି। ସରୋଜଙ୍କ ପାଖରେ ଏବେ ବନ୍ଧୁକ ନ ଥିଲେ ବି ସେ ବନ୍ଧୁକ ଚଳାଇବାରେ ବେଶ୍ ସିଦ୍ଧହସ୍ତ ବୋଲି ଜଣାଯାଇଛି।
ଗୋପାଳ ଦାସଙ୍କ ପରେ ଏବେ ସରୋଜ ଦାସ ଝାରସୁଗୁଡ଼ା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛନ୍ତି। ଫଳରେ ଯେଉଁ ବନ୍ଧୁକଧାରୀ ପୁଲିସ୍ ନିଶାସକ୍ତ ଅବସ୍ଥାରେ ରହୁଥିବେ, ସେମାନଙ୍କ ନିକଟରୁ ବନ୍ଧୁକ ପ୍ରତ୍ୟାହାର କରି ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯିବ ବୋଲି ଝାରସୁଗୁଡ଼ା ପୁଲିସ୍ ଏକ ଅଭିଯାନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ଝାରସୁଗୁଡ଼ାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅଙ୍କୁ ଅତି ନିର୍ମମ ଭାବେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା। ଏହାପରେ ଉଭୟଙ୍କ ଶବକୁ ଓଡ଼ିଶା-ଛତିଶଗଡ଼ ସୀମାରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ ଫିଙ୍ଗି ଦିଆଯାଇଥିଲା। ଚକ୍ରଧରପୁର ପୁଲିସ୍ ଉଭୟ ଶବକୁ ଜବତ କରିଥିବା ବେଳେ ଉଭୟଙ୍କ ମୃତଦେହ ଚିହ୍ନଟ ହୋଇ ପାରି ନ ଥିଲା। ତେଣୁ ଛତିଶଗଡ଼ ପୁଲିସ୍, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରକୁ ଫଟୋ ପଠାଇଥିଲା। ଏହି ମାମଲାରେ ଛତିଶଗଡ଼ ପୁଲିସ୍ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲେ ବି କୌଣସି ସୂଚନା ପାଇ ପାରି ନ ଥିଲା।
ଉକ୍ତ ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଏପିଆର କନେଷ୍ଟବଳ ସରୋଜ ଦାସ ଫଟୋ ଦେଖି କଳ୍ପନା ଦାସଙ୍କୁ ଚିହ୍ନଟ କରିଥିଲେ। ୨୦୧୯ ମସିହାରେ ଛତିଶଗଡ଼ ପୁଲିସ୍ ଏହି ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲ।
ଅନୁଏ ସାଏ ଏବେ ଜାମିନରେ ଆସି ବାହାରେ ଥିବା ବେଳେ କନେଷ୍ଟବଳ ସରୋଜ ଦାସ ପ୍ରତିଶୋଧ ନେବାକୁ କିଛି ଯୋଜନା କରିଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Y2WBn3Z
No comments:
Post a Comment