ଆମ୍ବୁଲାନ୍ସରେ ରୋଗୀ ନୁହେଁ ଯାଉଥିଲା ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 22, 2023

ଆମ୍ବୁଲାନ୍ସରେ ରୋଗୀ ନୁହେଁ ଯାଉଥିଲା ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ

ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ। ମାତ୍ର ହଠାତ୍‌ ଆମ୍ବୁଲାନ୍ମକୁ ଅଟକାଇଲା ଅବକାରୀ ବିଭାଗ ଗାଡ଼ି। ଯାଞ୍ଚ ବେଳେ ଆମ୍ବୁଲାନ୍ସ ଭିତରୁ କୌଣସି ରୋଗୀ ନୁହେଁ ବାହାରିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ । ଏହା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ । ଏପରି ଘଟଣା ସୋନପୁର ଜିଲ୍ଲାର କୁଞ୍ଜ ଛକରେ ହୋଇଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏକ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଞ୍ଜେଇ । ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଂଜେଇ ଚାଲାଣ କରାଯାଉଥିଲା ।

ଏନେଇ ସୋନପୁର ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଆମ୍ବୁଲାନ୍ସ କର୍ମଚାରୀ କୁଂଜ ଛକରୁ ଆମ୍ବୁଲାନ୍ସକୁ ପିଛା କରି ବ୍ଲକ ଛକରେ କାବୁ କରିଥିଲେ।

ଗାଡିକୁ ଅଟକାଇଲା ପରେ ଡ୍ରାଇଭର ଫେରାର ମାରିବାକୁ ଚେଷ୍ଟା କରିଥିଲା। ମାତ୍ର କୁ କାବୁ କରି ଗିରଫ କରିଛନ୍ତି ଅବକାରୀ କର୍ମଚାରୀ ।ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଆରମ୍ଭ  ହୋଇଥିବା କହିଛନ୍ତି ଅବକାରୀ ଅଧିକ୍ଷକ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yQlBx04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages