ଶୌଚାଳୟରୁ ମିଳିଲା ରୋଷେୟାଙ୍କ ଝୁଲନ୍ତା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 22, 2023

ଶୌଚାଳୟରୁ ମିଳିଲା ରୋଷେୟାଙ୍କ ଝୁଲନ୍ତା ମୃତଦେହ

ଶୌଚାଳୟରେ ଝୁଲୁଛି ଯୁବକଙ୍କ ମୃତଦେହ। ତେବେ ତାହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ଏପରି ଏକ ଅଭବାନୀୟ କାଣ୍ଡ ଆଜି ସକାଳେ କୋରାପୁଟ ଜିଲ୍ଲା ସଦର ଥାନା ଅଧୀନ ଡୁମୁରିପୁଟ ଷ୍ଟେସନରେ ଦେଖିବାକୁ ମିଳିଛି। ଯୁବକଙ୍କ ପରିଚୟ ମିଳିଥିଲେ ବି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି।

ମୃତକଙ୍କ ନାମ ଗଙ୍ଗାରାମ ଓ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି। ଡୁମୁରିପୁଟରେ ରେଳପଥ ଦୋହରିକରଣ କାମ ଚାଲିଥିବା ବେଳେ ଗଙ୍ଗାରାମ ଠିକାଦାରଙ୍କ କ୍ୟାମ୍ପରେ ରୋଷେୟା ଭାବେ କାମ କରୁଥିଲେ।

ଗତକାଲି ଗଙ୍ଗାରାମ ବେଶ୍‌ ହସଖୁସିରେ ଥିବା ବେଳେ କ୍ୟାମ୍ପରେ ରହୁଥିବା କର୍ମଚାରୀଙ୍କ ନିମନ୍ତେ ରୋଷେଇ ବି କରିଥିଲେ। ହେଲେ ଆଜି ସକାଳୁ ଡୁମୁରିପୁଟ ଷ୍ଟେସନର ସେକେଣ୍ଡ କ୍ଲାସ୍‌ ହଲ୍‌ ଭିତରେ ଥିବା ଟଏଲଟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ମୃତଦେହଟି ଝୁଲୁଥିବା ବେଳେ ତାହାର ମୁହଁ ସମ୍ପୂର୍ଣ୍ଣ ଭାବେ ଗାମୁଛାରେ ଗୁଡ଼ା ଯାଇଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ଘଟଣା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି। ପୁଲିସ୍‌ ଘଟଣା ସମ୍ପର୍କରେ କ୍ୟାମ୍ପ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ବେଳେ ମୃତକଙ୍କ ଫୋନ୍‌କୁ ଜବତ କରି କଲ୍‌ ଡିଟେଲ୍ସକୁ ଯାଞ୍ଚ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/I85fqm7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages