ଡାକ ବିଭାଗରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏକାଥରେ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଡାକ ସେବକ ଆଦି ପଦବୀ ନିମନ୍ତେ ଆବେଦନ କରିବାକୁ ଆହ୍ୱାନ କରିଛି ଡାକ ବିଭାଗ । ଆବେଦନ କରିବାର ଶେଷ ସମୟ ଆଜି ସନ୍ଧ୍ୟା ସୁଦ୍ଧା ଧାର୍ଯ୍ୟ ହୋଇଛି।
ପଦବୀ ସଂଖ୍ୟା: ଡାକ ବିଭାଗରେ ଏକାଥରେ ୪୦, ୮୮୯ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି। ଏଥିନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି।
ଆବେଦନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀ indiapostgdsonline.gov.in ୱେବସାଇଟ୍କୁ ଯାଇ ବିଭିନ୍ନ ପଦ ନିମନ୍ତେ ଆବେଦନ କରିପାରିବେ। ଆଜି ଅନ୍ଲାଇନ୍ ଫର୍ମ ଫିଲଅପ୍ କରିବା ପରେ ଆସନ୍ତାକାଲିଠୁ ୧୯ ଫେବୃୟାରୀ ମଧ୍ୟରେ ଆବେଦନକାରୀ ନିଜ ଫର୍ମରେ ଥିବା ତ୍ରୁଟିକୁ ସୁଧାରି ପାରିବେ।
ଆବେଦନ କରିବା ବୟସ ସୀମା: ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ରଖାଯାଇଛି। ଆବେଦନ, ଚୟନ ଓ ନିଯୁକ୍ତି ସମ୍ପର୍କୀତ ଅନ୍ୟ ସୂଚନା ଡାକ ବିଭାଗର ଅଫିସିଆଲ ନୋଟିଫିକେସରେ ଉପଲବ୍ଧ ରହିଛି।
ଚୟନ ପ୍ରକ୍ରିୟା: ମେରିଟ ଲିଷ୍ଟ ଆଧାରରେ ଚୟନ କରାଯିବ ।
ଏଥିନିମନ୍ତେ ପରବର୍ତ୍ତୀ ସୂଚନା ଅନଲାଇନ୍ ମାଧ୍ୟମରେ ଆବେଦନକାରୀଙ୍କୁ ଅବଗତ କରାଯିବ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/S0dlA6b
No comments:
Post a Comment