ସ୍ୱାସ୍ଥ୍ୟ ସେବାରେ ଘୋର ଅବହେଳା। ପୁଣି ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ। ମିଳିଲାନି ଆମ୍ବୁଲାନ୍ସ। ଠେଲା ଗାଡ଼ିରେ ରୋଗୀଣା ବାପାକୁ ହସ୍ପିଟାଲ ନେଲା ୬ ବର୍ଷର ନାବାଳକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସିଙ୍ଗରୌଲି ଅଞ୍ଚଳରେ।
ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାର ବଲିୟରୀ ଅଞ୍ଚଳ। ଦିନ ପ୍ରାୟ ଦ୍ୱିପହର। ଡ଼ହ ଡ଼ହ ଖରାରେ ରୋଗୀଣା ବାପାକୁ ଠେଲା ଗାଡିରେ ବୋହି ନେଉଛି ୬ ବର୍ଷର ପୁଅ। ବାପା ହସ୍ପିଟାଲ ଯିବେ ଭଲ ହେବ। ଏଥିପାଇଁ ବାପାଙ୍କୁ ଠେଳା ଗାଡ଼ିରେ ଶୁଆଇ ଆଗକୁ ବଢ଼ି ଚାଲିଛି ପୁଅ। ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବଲିୟରୀ ଅଞ୍ଚଳରେ ରହୁଥିବା ଶାହା ପରିବାରର ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା। ଏହାପରେ ପତ୍ନୀ ଆଉ ପୁଅ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିନଥିଲା। ଭଡ଼ାରେ ଗାଡ଼ି କରିବାକୁ ଉଭୟ ମା' ପୁଅଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା। ତେଣୁ ଛଅ ବର୍ଷର ପୁଅ ଓ ମା' ମିଶି ରୋଗୀଣା ବ୍ୟକ୍ତିଙ୍କୁ ଠେଳା ଗାଡିରେ ଶୁଆଇ ଠେଲି ଠେଲି ଘର ଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିଲେ।
ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଡିଏମ୍ଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଡିଏମ୍ ଡିପି ବର୍ମନ ମାମଲାର ଯାଞ୍ଚ ଜାରି ରଖିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WigPt4j
No comments:
Post a Comment