ଭତ୍ତା ଟଙ୍କା ପାଇଁ ଯାଉଥିବା ବେଳେ ଜଣେ ମହିଳାଙ୍କ ଉପରେ ମାଡ଼ିଗଲା କାର୍। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥରର ବରପଦା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗୌରୀ ଜେନା। ତାଙ୍କ ଘର ସାଇଁକୁଳ ଗାଁରେ।
ଗତକାଲି ବ୍ଲକ୍ କାର୍ଯ୍ୟାଳୟକୁ ଗୌରୀ ଭତ୍ତା ଟଙ୍କା ପାଇଁ ଯାଉଥିଲେ। ରାସ୍ତା ପାର ହେଉଥିବା ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଗୌରୀଙ୍କ ଉପରେ ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ କାର୍ ଡ୍ରାଇଭାର ଗାଡ଼ି ନେଇ ଫେରାର ହୋଇଯାଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ହସନପୁର ଟୋଲଗେଟର ସିସିଟିଭି ଫୁଟେଜ୍ ଦେଖି ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/JFGL9mX
No comments:
Post a Comment