ଦିଲ୍ଲୀ ମେୟର ଓ ଡେପୁଟି ମେୟର ସହ ଏମସିଡିକୁ ଦଖଲ କରିଥିବା କ୍ଷମତାସୀନ ଆମ ଆଦ୍ମୀ ପାର୍ଟିକୁ ଝଟକା ଲାଗିଛି। ମେୟର ନିର୍ବାଚନର ପରେ ଆପ ଟିକେଟରେ ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆପରେ ଚାଲିଥିବା ଦୁର୍ନୀତି ଯୋଗୁ ସେ ଅଣନିଃଶ୍ୱାସୀ ହୋଇ ଯାଇଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
ବୱାନାରୁ ଜିତିଥିବା ଏହି ଆପ୍ କାଉନସିଲରଙ୍କୁ ବିଜେପିର ଦିଲ୍ଲୀ ୟୁନିଟ ଅଫିସରେ ଦଳର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବା ଓ ସାଧାରଣ ସମ୍ପାଦକ ହର୍ଷ ମାଲହୋତ୍ରା ସ୍ୱାଗତ କରିଛନ୍ତି। ଉତ୍ତରୀୟ ସହ ମିଠା ଖୁଆଇ ଉଭୟ ପବନଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି।
ଏମସିଡିର ୬ ଜଣିଆ ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ଆପ୍ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହୋଇଥିଲା। ଏମସିଡି ସଭାଗୃହ ଭିତରେ ପାଣି ବୋତଲ ଉଡ଼ିବା ସହ କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ। ଏହି ଘଟଣାର ପରେ ହିଁ ପବନ ସେରାୱତ ବିଜେପିରେ ଯୋଗଦେଇଛନ୍ତି।
ବିଜେପିରେ ସାମିଲ ହେବା ପରେ ସେ ଅଭିଯୋଗ କରିଛନ୍ତି ଯେ ଅନ୍ୟ ଆପ କାଉନସିଲରମାନେ ଏମସିଡି ବୈଠକରେ ନାରାବାଜୀ କରିବାକୁ ତାଙ୍କ ଉପରେ ଚାପ ପକାଇଥିଲେ। ଏହି କାରଣରୁ ସେ ନାରାବାଜୀ କରି ବିଶୃଙ୍ଖଳା କରିଥିଲେ ଓ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହୋଇପାରି ନଥିଲା। ହେଲେ ଏବେ ସେ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଥିବାରୁ ଆଶ୍ୱସ୍ତ ହୋଇଥିବା କହିଛନ୍ତି।
Delhi | Aam Aadmi Party's Bawana councillor, Pawan Sehrawat, joins BJP pic.twitter.com/IYUFhxkEzV
— ANI (@ANI) February 24, 2023
ବୁଧବାର ମେୟର ଓ ଡେପୁଟି ମେୟର ନିର୍ବାଚନ ହୋଇଥିଲା। ଏହାପରେ ଷ୍ଟାଣ୍ଡିଂ କମିଟି ପାଇଁ ଭୋଟିଂ ହୋଇଥାଆନ୍ତା। ହେଲେ ସଦସ୍ୟଙ୍କ ନାରାବାଜୀ ଯୋଗୁ ଏହା ସମ୍ଭବ ପର ହୋଇନି। ଆଜି ଏନେଇ ପୁଣି ଭୋଟିଂ ହେବାର କାର୍ଯ୍ୟକ୍ରମ ରହିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/9wDX0tA
No comments:
Post a Comment