ବହୁ ଚର୍ଚ୍ଚିତ ୧୯୮୪ ଭୋପାଲ ଗ୍ୟାସ୍ ଟ୍ରାଜେଡି ଘଟଣାରେ କେନ୍ଦ୍ର ସରକାରଙ୍କୁ ଝଟ୍କା। ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା। ଏହି ଦୁର୍ଘଟଣାେ ପୀଡିତଙ୍କ ପାଇଁ କ୍ଷତିପୂରଣ ରାଶି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା କ୍ୟୁରେଟିଭ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିବା ସହ ଭୋପାଲ ଗ୍ୟାସ ଘଟଣାର ପୀଡିତଙ୍କୁ କ୍ଷତିପୂରଣ ଦେବାରେ ଘୋର ଅବହେଳା ହୋଇଥିବା ନେଇ ବର୍ଷିଛନ୍ତି । କେନ୍ଦ୍ରର ପଦକ୍ଷେପ ନିରାଶ କରିଛି। ଏବେବି ୫୦ କୋଟି ଟଙ୍କା ଆର୍ବିଆଇ ପାଖରେ ପଡିଛି। ଏହି ଟଙ୍କାକୁ ବ୍ୟବହାର କରାଯିବ। ଯଦି ଆମେ ଏହି ଆବେଦନକୁ ସ୍ୱୀକାର କରୁଛୁ ତେବେ ପାଣ୍ଡୋରା ବକ୍ସ ଖୋଲିଯିବ । ତିନି ଦଶନ୍ଧି ଚୁକ୍ତି ପରେ ମାମଲା ଖୋଲା ଯାଇପାରିବ ନାହିଁ ବୋଲି ଜଷ୍ଟିସ ସଞ୍ଜୟ କିଶନ୍ କୌଲ, ଜଷ୍ଟିସ ସଞ୍ଜିବ ଖନ୍ନା, ଜଷ୍ଟିସ ଅଭୟ ଏସ ଓକ୍, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ କେ ମାହେଶ୍ୱରୀଙ୍କ ଖଣ୍ଡପୀଠ ଆବେନର ଶୁଣାଣି କରି ଏହା କହିଛନ୍ତି।
ସୂଚନା ମୁତାବକ, ଆମେରିକୀୟ କମ୍ପାନୀ ୟୁନିଅନ୍ କାର୍ବାଇଡ୍ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ପୁନର୍ବାର ବିଚାର ପରିସରଭୁକ୍ତ କରିବା ସହ ୭୪୦୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ଭରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନପତ୍ର ଦାଖଲ କରିଥିଲେ କେନ୍ଦ୍ର ସରକାର। ଜାନୁଆରୀ ୧୨ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
୧୯୮୪ ଡିସେମ୍ବର ୪ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଥିଲା। ରାତିରେ ଏହି ଘଟଣା ଘଟିଥିବାରୁ ଅଧିକାଂଶ ଲୋକେ ଗଭୀର ନିଦରେ ଶୋଇଥିଲେ। ତେଣୁ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।
ଆଉ ଯିଏ ବାକି ରହିଲେ ସେ ବିକଳାଙ୍ଗ ହୋଇଗଲେ। ଗ୍ୟାସ୍ ଲିକର ଭୟାବହତା ତା’ର ପରବର୍ତ୍ତି ପୀଢି ଉପରେ ମଧ୍ୟ ପଡିଥିଲା। ହଜାର ହଜାର ଲୋକେ ଆଖି, ଶ୍ୱାସ, ଏବଂ ଅନ୍ୟ ସମସ୍ୟାର ଶିକାର ହୋଇଥିଲେ। ସବୁଠାରୁ ଦୁଃଖର କଥା ହେଉଛି , ଏହା ସାରା ବିଶ୍ୱର ସବୁଠୁ ବଡ ଉଦ୍ୟୋଗିକ ଦୁର୍ଘଟଣା ହୋଇଥିବାବେଳେ ଏହାର ମୁଖ୍ୟ ଅଭିଯୁକ୍ତ ୱାରେନ୍ ଏଣ୍ଡରସନ୍ କିନ୍ତୁ ଶାସ୍ତି ପାଇନଥିଲା
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/iBqXP0O
No comments:
Post a Comment