ମାର୍ଚ୍ଚ ୧୫ ତାରିଖରୁ ଧର୍ମଘଟ ବସିବ ଡ୍ରାଇଭର ସଂଘ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମାନେ। ଧର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ। ଗତକାଲି ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ।
ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି ଯେ, ମହାମଞ୍ଚ ଅଧୀନରେ ରାଜ୍ୟର ୫ ଡ୍ରାଇଭର ସଂଘ ଓ ମହାସଂଘ ଏହି ଧର୍ମଘଟରେ ସାମିଲ ହେବେ । ଡ୍ରାଇଭରମାନଙ୍କ ସମସ୍ୟାର ସମାଧାନ ନେଇ ସରକାରଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏପରିକି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ମଧ୍ୟ ମହାମଞ୍ଚ ନିରାଶ ହୋଇଛି। ତେଣୁ ସେମାନଙ୍କ ସମସ୍ୟା ସମାଧାନ ହେବା ଯାଏଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବା ପାଇଁ ଡ଼୍ରାଇଭର ଏକତା ମହାମଞ୍ଚ ନିଷ୍ପତ୍ତି ନେଇଛି।
ଓଡ଼ିଶା ମୋଟର ଚାଳକ ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ନାୟକ, ଡ୍ରାଇମାନଙ୍କ ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ୬ ଦଫା ଦାବି ଉପସ୍ଥାପନ କରିଛୁ। ହେଲେ ସରକାର ଆମ ଦାବି ପୂରଣ କରି ନାହାନ୍ତି। ସରକାର ଆମ ଦାବି ପୂରଣ କରନ୍ତୁ, ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EQe0JgZ
No comments:
Post a Comment