ମଝି ଆକାଶରେ ପୁଣି ଯାତ୍ରୀଙ୍କ ହଙ୍ଗାମା: ସିଗାରେଟ୍ ପିଇଲେ, କ୍ରୁ ମେମ୍ବରଙ୍କୁ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 12, 2023

ମଝି ଆକାଶରେ ପୁଣି ଯାତ୍ରୀଙ୍କ ହଙ୍ଗାମା: ସିଗାରେଟ୍ ପିଇଲେ, କ୍ରୁ ମେମ୍ବରଙ୍କୁ ପିଟିଲେ

ଥମୁନି ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା ଘଟଣା। ପୁଣି ମଝି ଆକାଶରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ଟଏଲେଟ୍ ଭିତରେ ପିଇଲେ ସିଗାରେଟ୍। ମନା କରିବା ପରେ ଦେଖାଇଲେ ବନ୍ଧୁକ ଓ କ୍ରୁ ସଦସ୍ୟଙ୍କୁ କଲେ ମାର୍‌ପିଟ୍। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଏୟାର ଇଣ୍ଡିଆର ଲଣ୍ଡନ-ମୁମ୍ବାଇ ବିମାନରୁ। 

ଲଣ୍ଡନରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନ ଶୌଚାଳୟ ଭିତରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି ସିଗାରେଟ୍ ପିଉଥିବା ବେଳେ ଧରାପଡିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ରତ୍ନାକରଣ କରୁଣକାନ୍ତ ଦ୍ୱିବେଦୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ମୁତାବକ, ଏହି ୩୭ ବର୍ଷୀୟ ବ୍ୟକ୍ତି ଜଣକ ସିଗାରେଟ୍ ପିଉଥିବା ବେଳେ ଧରାପଡିବା ପରେ ରାଗି ଯାଇଥିଲେ। କ୍ରୁ ସଦସ୍ୟମାନେ ତାଙ୍କୁ ସିଗାରେଟ୍ ପିଇବାକୁ ମନା କରିଥିଲେ। କିନ୍ତୁ ସେ କିଛି ଶୁଣି ନଥିଲେ। ଏହାପରେ ସେ ପାଟି ତୁଣ୍ଡ କରିବାକୁ ଲାଗିଥିଲେ। ଏପରିକି ବନ୍ଧୁକ ମଧ୍ୟ ଦେଖାଇ କ୍ରୁ ସଦସ୍ୟ ଓ ସହ ଯାତ୍ରୀଙ୍କୁ ମାରପିଟ୍ କରିଥିଲେ। ପରେ ତାଙ୍କୁ କାବୁ କରି ଏକ ସିଟ୍‌ରେ ବସାଇ ଦିଆଯାଇଥିଲା। କିନ୍ତୁ ସେ ସିଟରେ ବସିବାକୁ ମନା କରି ବିମାନର ଏମରଜେନ୍ସି ଗେଟ୍ ଖୋଲିବାକୁ ଉଦ୍ୟମ କରିଥିଲେ। ଏହା ପରେ ବିମାନର ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଅଭିଯୁକ୍ତଙ୍କ ହାତ ଓ ଗୋଡ଼ ବାନ୍ଧି ତାଙ୍କୁ ସିଟ୍‌ରେ ବସିବାକୁ ବାଧ୍ୟ କରାଯାଇଥିଲା।

ଫ୍ଲାଇଟ୍ ଲ୍ୟାଣ୍ଡ ହେବା ପରେ ଉକ୍ତ ଅଭିଯୁକ୍ତଙ୍କୁ ସାହାରା ପୁଲିସ ଗିରଫ କରିଛି। ପୁଲିସ କହିବା ମୁତାବକ, ଉକ୍ତ ଅଭିଯୁକ୍ତ ଜଣକ ଭାରତୀୟ କିନ୍ତୁ ସେ ଆମେରିକାର ନାଗରିକ ଅଟନ୍ତି। ତାଙ୍କ ନିକଟରୁ ଆମେରିକାର ପାସପୋର୍ଟ ମିଳିଛି। ସେ ନିଶାଶକ୍ତ ଅବସ୍ଥାରେ ଥିଲେ ନା ତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା, ଏହା ଜାଣିବା ପାଇଁ ତାଙ୍କର ଡାକ୍ତରୀ ଚିକିତ୍ସା ଲାଗି ନମୂନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vcUm06z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages