ବାର୍ ଭିତରେ ଆଖିବୁଜା ଗୁଳିମାଡ଼, ୧୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 12, 2023

ବାର୍ ଭିତରେ ଆଖିବୁଜା ଗୁଳିମାଡ଼, ୧୦ ମୃତ

ବାର୍ ଭିତରେ ଫୁଟିଲା ଗୁଳି। ୨ ଜଣ ବନ୍ଧୁକଧାରୀ ବାର୍ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମେକ୍ସିକୋର ଗୁଆନାଜୁଏଟୋରେ ଘଟିଛି ଏହି ଗୁଳିକାଣ୍ଡ।

ଗତ ରାତିରେ ଦୁଇ ବନ୍ଧୁକଧାରୀ ଏଠାକାର ଏଷ୍ଟାଡିଓ ବାର୍ ଉପରେ ଆକ୍ରମଣ କରିଥିଲେ। ସେମାନେ ବାର୍ ଭିତରେ ପଶି ଗ୍ରାହକ ଓ କର୍ମଚାରୀଙ୍କ ଉପରେ ଗୁଳିମାଡ କରିଥିଲେ। ଏଥିରେ ୭ ଜଣ ପୁରୁଷ ଓ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମେକ୍ସିକୋର ଗୁଆନାଜୁଏଟୋ ଏକ ସମୃଦ୍ଧ ଶିଳ୍ପାଞ୍ଚଳ। ଏହା ମେକ୍ସିକୋର ଲୋକପ୍ରିୟ ପର‌୍ୟ୍ୟଟନ ସ୍ଥଳୀ ମଧ୍ୟ। ତେବେ ବନ୍ଧୁକ ପ୍ରଥା ସଂସ୍କୃତି ଯୋଗୁ ଏହା ଦେଶର ରକ୍ତାକ୍ତ ରାଜ୍ୟରେ ପରିଣତ ହୋଇଛି। ଗତ ବର୍ଷ ମଧ୍ୟ ନଭେମ୍ବରରେ ଗୁଆନାଜୁଏଟୋରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଗୁଳିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2RpbnzG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages