ସତୀଶଙ୍କ ମୃତ୍ୟୁ ପଛରେ ଫାର୍ମ ହାଉସ ମାଲିକଙ୍କ ହାତ!  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 11, 2023

ସତୀଶଙ୍କ ମୃତ୍ୟୁ ପଛରେ ଫାର୍ମ ହାଉସ ମାଲିକଙ୍କ ହାତ! 

ଦିବଙ୍ଗତ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିିକଙ୍କ ମୃତ୍ୟୁକୁ ନେଇ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସତୀଶ ଯେଉଁ ଫାର୍ମହାଉସ୍‌ରେ ହୋଲି ପାର୍ଟି କରିଥିଲେ, ତା’ ମାଲିକ ବିକାଶ ମାଲୁଙ୍କ ହାତ ତାଙ୍କ ମୃତ୍ୟୁ ପଛରେ ଥିବା ଖୁଲାସା ହୋଇଛି। ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଖୋଦ୍ ବିକାଶ ମାଲୁଙ୍କ ପତ୍ନୀ ସାନଭୀ ମାଲୁ। 

କୁବେର ଗ୍ରୁପର ବିକାଶ ମାଲୁ ସତୀଶଙ୍କ ମୃତ୍ୟୁ ପାଇଁ ଷଡଯନ୍ତ୍ର ରଚିଥିବା ସାନ୍‌ଭୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣାଇବା ସହ ଗଣମାଧ୍ୟମ ଆଗରେ କରିଛନ୍ତି ବଡ଼ ଖୁଲାସା।  

ସାନଭୀ ନିଜ ଅଭିଯୋଗରେ କହିଛନ୍ତି, ହୋଲି ଦିନ ସତୀଶ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଫାର୍ମହାଉସରୁ କିଛି ଆପତ୍ତିଜନକ ମେଡିସିନ୍ ମଧ୍ୟ ମିଳିଛି। ତେବେ କଥା ଏତିକିରେ ସରିନାହିଁ। ଗତବର୍ଷ ଅଗଷ୍ଟ ମାସରେ ସତୀଶ ଓ ବିକାଶ ମାଲୁଙ୍କ ମଧ୍ୟରେ ଟଙ୍କା ପଇସା ନେଣଦେଣକୁ ନେଇ ଝଗଡ଼ା ହୋଇଥିଲା। ବିକାଶ ହେଉଛନ୍ତି ସତୀଶଙ୍କ ପୁରୁଣା ବନ୍ଧୁ। ସତୀଶ ବିକାଶଙ୍କୁ ପୂର୍ବରୁ ୧୫ କୋଟି ଟଙ୍କା ଧାର ଦେଇଥିଲେ। 

ଦୀର୍ଘ ଦିନ ହୋଇଯିବା ପରେ ଏହି ଟଙ୍କା ଫେରାଇବା ପାଇଁ ସତୀଶ ବିକାଶଙ୍କୁ କହିଥିଲେ। କିନ୍ତୁ ବିକାଶ ଟଙ୍କା ଫେରାଇବା ଉଦ୍ଦେଶ୍ୟରେ ନଥିଲେ। ସେ ଏତେ ଟଙ୍କା ଫେରାଇ ପାରିବି ନାହିଁ ବୋଲି କହିଥିଲେ। ଏବେ ମୃତ୍ୟୁ ପୂର୍ବରୁ ସତୀଶ ବିକାଶଙ୍କ ଫାର୍ମହାଉସକୁ ଯାଇଥିଲେ ଏବଂ ସେଠାରୁ କିଛି ସନ୍ଦେହଜନକ ମେଡିସିନ୍ ଉଦ୍ଧାର ହୋଇଛି, ତେଣୁ ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶ ମାଲୁଙ୍କ ହାତ ଥିବା କହିଛନ୍ତି ସାନଭୀ ମାଲୁ। ଏଥିସହ ଏହି ମାମଲାର ତଦନ୍ତ ଦାବି କରିଛନ୍ତି।

ସେପଟେ ଦିଲ୍ଲୀ ପୁଲିସ କମିଶନରଙ୍କୁ ସାନଭୀଙ୍କ ଏହି ଅଭିଯୋଗ ଚିଠି ମିଳିବା ପରେ ପୁଲିସ ତତ୍ପର ହୋଇ ଉଠିଛି। ପୁଲିସର ଏକ ଟିମ୍ ତାଙ୍କ ଘରକୁ ଯାଇ ସାନଭୀଙ୍କ ବୟାନ ରେକର୍ଡ କରୁଛି।

ଉଲ୍ଲେଖଯୋଗ୍ୟ, ସାନଭୀ ଦୁଇ ମାସ ପୂର୍ବେ ବିକାଶ ମାଲୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। କୁହାଯାଉଛି ଯେ, ଏବେ ଜାଣିଶୁଣି ବିକାଶଙ୍କୁ ଫସାଇବା ପାଇଁ ସାନ୍‌ଭୀ ଏଭଳି ଚିଠି ଲେଖି ଅଭିଯୋଗ ଆଣିଛନ୍ତି। କାରଣ ସତୀଶ କୌଶିକଙ୍କ ପରିବାର ଲୋକେ ବିକାଶଙ୍କୁୁ ନେଇ ଏଭଳି କିଛି ସନ୍ଦେହ ପ୍ରକାଶ କରିନାହାନ୍ତି। ଏଥିସହ ପୁଲିସକୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ଏଭଳି କୌଣସି ସନ୍ଦେହଜନକ କଥା ସାମ୍ନାକୁ ଆସିନାହିଁ। ହୃଦ୍‌ଘାତ ଯୋଗୁ ସତୀଶଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି।  

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Ba0UWCo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages