ଘରେ ଶୋଇଥିବା ବେଳେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ। ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଉତ୍ତରପ୍ରଦେଶ କାନପୁରର ଦେହାତ ଅଞ୍ଚଳରେ।
ଶନିବାର ରାତି ପ୍ରାୟ ଗୋଟାଏ। କାନପୁରର ସୁରା ଥାନା ଞ୍ଚଳର ହାରାମଉ ବଞ୍ଜାରା ଡେରା ଗାଁ। ଏଠାକାର ଏକ ପରିବାର ୭ ଜଣ ସଦସ୍ୟ ନିଜ ଝୁମ୍ପୁଡି ଘରେ ନିଦରେ ଶୋଇଥିଲା। ଏତିକି ବେଳେ ଘରେ ହଠାତ ଲାଗିଥିଲା ନିଆଁ। ହେଲେ ନିଦ କାରଣରୁ କେହି କିଛି ଜାଣିପାରି ନଥିଲେ। ନିଆଁ ପୂରା ଘରକୁ କବଜା କରିବା ପରେ ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲେ ବି ତା ଭିତରୁ ଆଉ ବାହାରିବା ସମ୍ଭବ ହୋଇ ନଥିଲା। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ଜଣ ପିଲା ଜଳି ଦଗ୍ଧ ହୋଇଯାଇଥିଲେ।
ଏହି ସୂଚନା ପାଇବା ପରେ ଜିଲ୍ଲାପାଳ, ଏସପି ସେଠାରେ ତୁରନ୍ତ ପହଞ୍ଚିଥିଲେ। କୌଣସି ପରିସ୍ଥିତିରେ ଜଣେ ବୟସ୍କ ମହିଳା ଓ ଜଣେ ଶିଶୁଙ୍କୁ ନିଆଁ ଭିତରୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ପୋଡି ଯାଇଥିଲେ ବି ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଯେତେବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ସେତେବେଳେ ଗାଁରେ ବାହାଘର ଭୋଜି ଚାଲିଥିଲା। ଏହି ଭୋଜିରେ ଯୋଗ ଦେବା ପାଇଁ ଗାଁର ଅଧାରୁ ଅଧିକ ଲୋକେ ଯାଇଥିଲେ। ସେହିପରି ଏହି ଘରର ଜଣେ ସଦସ୍ୟ ମଧ୍ୟ ଉକ୍ତ ଭୋଜିକୁ ଯାଇଥିଲେ। ଅନ୍ୟ ୭ ଜଣ ସଦସ୍ୟ ଘରେ ଥିଲେ। ଲୋକେ ଭୋଜି ଖାଇ ଫେରିବା ବେଳେ ନିଆଁ ଲାଗିଥିବା ଦେଖିଥିଲେ। ଏହାପରେ ଗାଁ ଲୋକ ଓ ସ୍ଥାନୀୟ ଲୋକମାନେ ମିଶି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ପୁଲିସ, ଡଗ୍ ସ୍କ୍ୱାଡ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିତଦନ୍ତ ଜାରି ରଖିଛି। କିଭଳି ନିଆଁ ଲାଗିଲା ଓ କେଉଁ ପରିସ୍ଥିତିରେ ୫ ଜଣଙ୍କ ମୃତ୍ୟୁ ହେଲା ସେ ନେଇ ଅଧିକ ଛାନଭିନ୍ କରୁଛି ପୁଲିସ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/cJL3fUa
No comments:
Post a Comment