ମହିଳାଙ୍କ ଘରେ ଚଢ଼ାଉ ବେଳେ ବାହାରିଲା ପୁଳା ପୁଳା କଫ୍ ସିରପ। ଏକକାଳୀନ ଜବତ ହେଲା ୧୩୦ ବୋତଲ କଫ ସିରପ । ବେଆଇନ କଫ୍ ସିରପ ବିକ୍ରି ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଝାଙ୍କରପଡ଼ାର କୁନ୍ତୀ ନାଗ ନାମ୍ନୀ ମହିଳା କଫ ସିରଫ ବ୍ୟବସାୟୀଙ୍କୁ ବାନ୍ଧିଛି ପୁଲିସ୍। l ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇଦିଆଯାଇଛି l
ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଏନଏସିସ୍ଥିତ ଝାଙ୍କରପଡ଼ାର କୁନ୍ତୀ ନାଗ ନିଜ ଘରେ ଅତ୍ୟଧିକ କଫ ସିରଫ ବୋତଲ ରଖି ବିକ୍ରି କରୁଥିଲେ l କୌଣସି ସୂତ୍ରରୁ ପୁଲିସ ଖବର ପାଇ ହଠାତ ଘର ଉପରେ ଚଢ଼ାଉ କରିଥିଲା l କୁନ୍ତୀଙ୍କ ଘରୁ ୧୩୦ଟି ବୋତଲ କଫ ସିରଫ ଜବତ କରିଥିଲା l
କୁନ୍ତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ପରେ କୁନ୍ତୀ କଫ ସିରଫ ବିକ୍ରି କରୁଥିବା ସ୍ୱୀକାର କରିଥିଲା l କୁନ୍ତୀଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ପୁଅ ବି ଏଥିରେ ସାମିଲ ଥିବା ଜଣାଯାଇଛି। ତେବେ ତାଙ୍କ ପୁଅଙ୍କୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
ଅନେକ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବେଆଇନ ଭାବରେ କଫ ସିରଫ ବିକ୍ରି ଚାଲିଛି l ହେଲେ ତଥାପି ମଧ୍ୟ ଅବକାରୀ ବିଭାଗ ଓ ପୁଲିସ ଚୁପ l ଜଣେ ମହିଳା ବ୍ୟବସାୟୀ ଦୀର୍ଘ ବର୍ଷ ହେଲା ଏହି ବ୍ୟବସାୟ ଚଳାଇଥିବା ବେଳେ ପୁଲିସ୍ କିପରି ଜାଣି ପାରୁ ନ ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ l
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4IAwYPH
No comments:
Post a Comment